ଓଡ଼ିଶାଲାଇଭ ବ୍ୟୁରୋ

ଅନୁଗୁଳ ଜିଲ୍ଲାର ନ୍ୟାସନାଲ ଆଲୁମିନିୟମ କମ୍ପାନି ନାଲକୋରେ ଆଜି ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଜଣଙ୍କ ଦେହରେ ନିଆଁ ଲାଗିବାରୁ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନାଲକୋ ପ୍ଲାଣ୍ଟରେ କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସ୍ମେଲଟର କାଷ୍ଟ ହାଉସ ବିରେ ଫ୍ଲାଶ ଓଭରରୁ ନିଆଁ ଲାଗିଛି। ଯାହା ଫଳରେ ଜଣେ ମହିଳାଙ୍କ ସମେତ ୪ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନେ ହେଲେ ମିଥୁନ ନାଥ, ବିଶେଶ୍ଵର ସାମଲ, ରଜନୀକାନ୍ତ ପରିଡ଼ା ଓ ରିଣିକା ସାହୁ।

ଘଟଣାସ୍ଥଳରେ ନିଆଁକୁ ଆୟତ କରାଯାଇ ଆହତ ମାନଙ୍କୁ ନାଲକୋ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ସେମାନଙ୍କୁ ଭୁବନେଶ୍ଵରର ଏକ ଘରୋଇ ଦସପିଟାଲରେ ଭର୍ତ୍ତି କରାଯାଇଛି।

ପୂର୍ବରୁ ମଧ୍ୟ ଝାରସୁଗୁଡ଼ା ଆଲୁମିନିୟମ ପ୍ଲାଣ୍ଟରେ ନିଆଁ ଲାଗି ୭ଜଣ ଆହତ ହୋଇଥିଲେ। ଘଟଣା ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରାଯାଇ ପ୍ଲାଣ୍ଟକୁ ସିଲ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here