ଓଡ଼ିଶାଲାଇଭ ବ୍ୟୁରୋ

ଅନୁଗୁଳ ଜିଲ୍ଲା ବସଷ୍ଟାଣ୍ଡ ପାଖରୁ ୮ ବର୍ଷର ଜଣେ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ ପରେ ଫିଙ୍ଗି ଦେଇଥିବା ଘଟଣାରେ ମଙ୍ଗଳବାର ପୋଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଅମଲାପଡ଼ାର ଶିବୁ ପଟ୍ଟନାୟକ ବୋଲି ଜଣାପଡ଼ିଛି।

ଜୁଲାଇ ୨୦ ତାରିଖ ରାତି ୨ଟାରେ ଶିବୁ ଘରକୁ ଫେରୁଥିବା ସମୟରେ ଏହି ଅପରାଧ ଘଟାଇଥିଲା। ଶୋଇଥିବା ଅବସ୍ଥାରେ ନାବାଳିକାକୁ ଟେକି ନେଇ ପାଖ ଆହାର କେନ୍ଦ୍ରକୁ ନେଇଯାଇଥିଲା। ସେଠାରେ ତାକୁ ମାଡ଼ ମାରିବା ସହ ଦୁଷ୍କର୍ମ କରିଥିଲା। ପରେ ତାକୁ ଏକ ଅଳିଆଗଦାରେ ଫୋପାଡ଼ି ଦେଇ ପଳାଇଥିଲା।

ଏହି ଘଟଣାରେ ଅପରାଧିକୁ ଧରିବାକୁ ଆମେ ୪ଟି ଟିମ ଗଠନ କରିଥିଲୁ। ସବୁ ପ୍ରମାଣ ମିଳିବାପରେ ଶିବୁକୁ ଗିରଫ କରାଯାଇଥିଲା। ପରେ ଆଇପିସି ଧାରା ୩୬୩, ୩୭୦-ଏ, ୩୭୦-ବି, ୩୭୦ରେ ତାକୁ ଗିରଫ କରାଯାଇଛି। ବର୍ତ୍ତମାନ ତାକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅନଗୁଳ ଏସପି ମିତ୍ରବାନୁ ମହାପାତ୍ର କହିଛନ୍ତି।

ବର୍ତ୍ତମାନ ପିଡ଼ିତା କଟକ ବଡ଼ ଡାକ୍ତରଖନାରେ ଚିକିତ୍ସିତ ହେଉଛନ୍ତି।

Comment