ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଗୁଳରେ ଦୁଇଟି ଶବରୁ ଆଖି ଗାଏବ ଘଟଣାର ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ପୋଷ୍ଟମର୍ଟମ ରିପୋର୍ଟରେ ଆସିଲା ଘଟଣାର ସତ୍ୟାସତ୍ୟ। ଚିକିତ୍ସାଳୟର ଶବାଗାରରୁ ଆଖି ତାଡ଼ି ନେଇଯିବା କଥା ସମ୍ପୂର୍ଣ୍ଣ ମିଛ।

ସେପ୍ଟସେମିଆ ରୋଗ ଯୋଗୁଁ ଶିଶୁ ଜଣକଙ୍କର ଆଖି ନଷ୍ଟ ହୋଇଛି। ଏବଂ ଦ୍ଵିତୀୟ ବ୍ୟକ୍ତି ଜଣକର ଆଖି ଦୁର୍ଘଟଣାରେ ନଷ୍ଟ ହୋଇଯାଇଥିଲା। ଯାହା ପୋଷ୍ଟମର୍ଟମ ରିପୋର୍ଟରେ ବାହାରିଛି। ଏନେଇ ସଷ୍ଟ କରିଛନ୍ତି ସିଡିଏମଓ ପ୍ରତାପ କୁମାର ବେହେରା।

ଜୁଲାଇ ୧୯ରେ ଅନୁଗୁଳ ମେଡିକାଲରେ ଏକ ୪ବର୍ଷର ଝିଅ ଶବରୁ ଦୁଇଟି ଆଖି ଗାଏବ ଘଟଣା ସମ୍ନାକୁ ଆସିଥିଲା। ଠିକ୍ ଏହାର ସପ୍ତାହ ପରେ ଆଉ ଜଣେ ବ୍ୟକ୍ତିଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଉକ୍ତ ବ୍ୟକ୍ତିଙ୍କର ଡାହାଣ ଆଖି ଗାଏବ ହେବାର ଅଭିଯୋଗ ଆସିଥିଲା।

ଆଖି ଗାଏବ ଘଟଣାର ଅଭିଯୋଗ କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ ବିଜେପି। ଆଜି ପୋଷ୍ଟମର୍ଟମ ଆସିବା ପରେ ସ୍ପଷ୍ଟ ହୋଇଛି କି ଆଖି ଚୋରି ହୋଇ ନାହିଁ।

Comment