ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏବେ ଓଡ଼ିଆ ଭାଷାରେ ପ୍ରଖ୍ୟାତ ବଙ୍ଗଳା ଔପନ୍ୟାସିକ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଉପନ୍ୟାସ ‘ଦେବଦାସ’ର କାହାଣୀ ଆଧାରରେ ନିର୍ମିତ ହେଉଛି ଏକ ଓଡ଼ିଆ ଫିଲ୍ମ। ଏହାର ଟାଇଟଲ୍ ହେଲା ‘ନାୟକର ନାଆଁ ଦେବଦାସ’।

ପ୍ରଖ୍ୟାତ ବଙ୍ଗଳା ଉପନ୍ୟାସକାର ଶରତ ଚନ୍ଦ୍ର ଚାଟ୍ଟୋପାଧ୍ୟାୟଙ୍କ ଉପନ୍ୟାସ ଉପରେ ‘ଦେବଦାସ’ ଟାଇଟଲରେ ଏକାଧିକ ବାର ହିନ୍ଦୀ ସିନେମା ପ୍ରସ୍ତୁତ ହୋଇଛି। ସର୍ବପ୍ରଥମେ ୧୯୩୫ ମସିହାରେ ‘ଦେବଦାସ’ ଟାଇଟଲରେ ହିନ୍ଦୀ ସିନେମା ପରଦାକୁ ଆସିଥିଲା।

ଦେବଦାସରେ କୋଏଲ୍ ସୈଗଲ୍, ଯମୁନା ରାଜ କୁମାରୀ ଓ କେସି ଦେ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହାର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ଵରେ ଥିଲେ ପିସି ବରୁଆ।

୧୯୫୫ରେ ନିର୍ମିତ ହୋଇଥିଲା ଦ୍ଵିତୀୟ ‘ଦେବଦାସ’ ଏହାର ନିର୍ମାତା- ନିର୍ଦ୍ଦେଶକ ଥିଲେ ବିମଲ ରୟ। ଏହି ଫିଲ୍ମରେ ଦିଲୀପ କୁମାର, ବୈଜୟନ୍ତୀ ମାଲା, ସୁଚିତ୍ରା ସେନ୍ ଓ ମୋତିଲାଲ୍ ଥିଲେ ମେନ୍‌ ଲିଡରେ । ଏସଡି ବର୍ମନ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

୨୦୦୨ରେ ପରଦାକୁ ଆସିଥିଲା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲୀଙ୍କ ‘ଦେବଦାସ। ଏହାର ମୁଖ୍ୟ କଳାକାର ଥିଲେ ଶାହରୁଖ ଖାନ୍, ମାଧୁରୀ ଦୀକ୍ଷିତ ଐଶ୍ୱର୍ଯ୍ୟା ରାୟ ଏବଂ ଜ୍ୟାକି ସ୍ରଫ୍।

ଓଡ଼ିଆରେ ଦେବଦାସ

ଏବେ ଓଡ଼ିଆ ଭାଷାରେ ପ୍ରଖ୍ୟାତ ବଙ୍ଗଳା ଔପନ୍ୟାସିକ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟୟଙ୍କ ଉପନ୍ୟାସ ‘ଦେବଦାସ’ର କାହାଣୀ ଆଧାରରେ ନିର୍ମିତ ହେଉଛି ଏକ ଓଡ଼ିଆ ଫିଲ୍ମ। ଏହାର ଟାଇଟଲ୍ ହେଲା, ‘ନାୟକର ନାଁ ଦେବଦାସ’। ଏହି ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି ଶିଶିର ଚନ୍ଦ୍ର ଦାସ ଏବଂ କୀର୍ତ୍ତନ ଚନ୍ଦ୍ର ପାତ୍ର। ଆଞ୍ଜନେୟ ମିଡିଆ ବ୍ୟାନରରେ ନିର୍ମିତ ହେଉଛି ଏହି ଓଡ଼ିଆ ସିନେମା।

‘ନାୟକର ନାଁ ଦେବଦାସ’ର ନିର୍ଦ୍ଦେଶକ ହେଲେ ମୃତ୍ୟୁଞ୍ଜୟ ସାହୁ (ବାପି)। ଏହା ଆଗରୁ ସେ ‘ବ୍ୟାଚେଲର୍’, ‘ଯିଏ ଯାହା କହୁ ମୋର ଢ଼ୋ’, ‘ଗୋଟେ ଶୁଆ ଗୋଟେ ଶାରି’, ‘ଛାତି ତଳେ ଡିଂ ଡଙ୍ଗ୍’ ଓ ‘ଭୈରବ’ ଆଦି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ଏହି ସିନେମାର ମୁଖ୍ୟ କଳାକାରମାନେ ହେଲେ ବିଜୟ ମହାନ୍ତି, ସ୍ମିତା ମହାନ୍ତି, ଅପରାଜିତା, ଅସିତ୍, ଅନୁ ଚୌଧୁରୀ, ଭୂମିକା, ବବି ମିଶ୍ର ଓ ପିଣ୍ଟୁ ନନ୍ଦ ପ୍ରମୁଖ।

କେଉଁ ଭୂମିକାରେ କିଏ

ଏବେ ଆସନ୍ତୁ ଜାଣିବା ଏମାନଙ୍କ ମଧ୍ୟରୁ କିଏ କେଉଁ ଭୂମିକାରେ ଅଛନ୍ତି। ‘ନାୟକର ନାଁ ଦେବଦାସ’ରେ ଦେବଦାସ ଭୂମିକାରେ ଅଭିନୟ କରିଛନ୍ତି ଅସିତ। ତାଙ୍କୁ ଏହା ପୂର୍ବରୁ ଦର୍ଶକ ‘ଭୈରବ’ ସିନେମାରେ ଦେଖିବାକୁ ପାଇଛନ୍ତି।

ଏହି ଓଡ଼ିଆ ସିନେମାରେ ‘ଦେବଦାସ’ କାହାଣୀର ଦୁଇ ପ୍ରମୁଖ ଚରିତ୍ର ହେଲେ ପାରୋ ଏବଂ ଚନ୍ଦ୍ରମୁଖୀ। ଏଥିରେ ପାରୋ ଭୂମିକା ନିଭାଇଛନ୍ତି ଭୂମିକା ଦାଶ। ଭୂମିକା ଆଗରୁ ’ତୁ ମୋ ଲଭ୍ ଷ୍ଟୋରି’ ଏବଂ ‘ହିରୋ ନଂ ୧’ ଫିଲ୍ମରେ ନାୟିକା ସାଜିଛନ୍ତି। ଏହା ଭୂମିକାଙ୍କର ଚାଲେଜିଂ ରୋଲ୍।

 

ଅପରପକ୍ଷରେ ଓଲିଉଡର ନାମୀ ନାୟିକା ଅନୁ ଚୌଧୁରୀ ଏହି ଚଳଚ୍ଚିତ୍ରରେ ନଜର ଆସିବେ ଚନ୍ଦ୍ରମୁଖୀ ଚରିତ୍ରରେ। ଏହା ଏକ ପ୍ରେମ ତ୍ରିକୋଣ ଉପରେ ଆଧାରିତ ସିନେମା। ଏହି ଫିଲ୍ମରେ ଅନୁଙ୍କ ସହ ନାୟକ ଅସିତଙ୍କର ରୋମାନ୍ସ ସାଙ୍ଗକୁ ଜବରଦସ୍ତ ନୃତ୍ୟ ବି ଦେଖିବାକୁ ମିଳିବ।

‘ନାୟକର ନାଁ ଦେବଦାସ’ରେ ଚନ୍ଦ୍ରମୁଖୀଙ୍କ ମାଆ ଭୂମିକାରେ ଦେଖାଦେବେ ଅପରାଜିତା। ଠିକ୍ ସେହିପରି ଏହି କାହାଣୀର ଅନ୍ୟ ଏକ ଉଲ୍ଲେଖନୀୟ ଚରିତ୍ର ହେଲା ଚୁନ୍ନିଲାଲ। ଏହି ଭୂମିକାଟିକୁ ପରଦାରେ ନିଭାଇଛନ୍ତି ଓଲିଉଡର ଭର୍ସାଟାଇଲ୍ ଆକ୍ଟର ବବି ମିଶ୍ର।

ଏହି ଚଳଚ୍ଚିତ୍ରର ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ। ଫିଲ୍ମରେ ଅନେକ ସେଟ୍ ତିଆରି କରାଯାଇ ସୁଟିଂ ହୋଇଛି। ଖାଲି ସେତିକି ନୁହେଁ ନାୟକର ନାଆଁ ‘ଦେବଦାସ’ର ସୁଟିଂ କଟକ, ଭୁବନେଶ୍ଵର ଓ ଢ଼େଙ୍କାନାଳ ଆଦି ସ୍ଥାନରେ କରାଯାଇଛି।

Comment