ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଉପନ୍ୟାସ ‘ଦେବଦାସ’କୁ ନେଇ ଓଡ଼ିଆରେ ପ୍ରସ୍ତୁତ ଆଞ୍ଜନେୟ ମିଡିଆ ନିବେଦିତ ଫିଲ୍ମ ନାୟକର ନାଁ ଦେବଦାସ ଅଗଷ୍ଟ ମାସରେ ରିଲିଜ ହେବ।

ଓଡ଼ିଆରେ ସର୍ବାଧିକ ବ୍ୟୟବହୁଳ ସିନେମା ବୋଲି କୁହାଯାଉଥିବା ଫିଲ୍ମର ପ୍ରଯୋଜନା ସଂସ୍ଥାର କହିବା ଅନୁସାରେ ଫିଲ୍ମ ରିଲିଜ ପାଇଁ ଠିକ ସମୟ ମିଳୁ ନଥିବାରୁ ଫିଲ୍ମଟି ରିଲିଜରେ ବିଳମ୍ବ ହେଉଛିା

‘ନାୟକର ନାଁ ଦେବଦାସ’ରେ ଦେବଦାସ ଭୂମିକାରେ ଅଛନ୍ତି ଅସିତ। ଅସିତ ପୂର୍ବରୁ ଭୈରବ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଥିଲେ। କାହାଣୀର ଦୁଇ ପ୍ରମୁଖ ଚରିତ୍ର ହେଲେ ପାରୋ ଏବଂ ଚନ୍ଦ୍ରମୁଖୀ। ଏଥିରେ ପାରୋ ଭୂମିକା ନିଭାଇଛନ୍ତି ଭୂମିକା ଦାଶ। ସେହିପରି ଚନ୍ଦ୍ରମୂଖୀ ଚରିତ୍ରରେ ନଜର ଆସିବେ ଅନୁ ଚୌଧୁରୀ।

ଚନ୍ଦ୍ରମୂଖୀଙ୍କ ମା’ ଭୂମିକାରେ ନଜର ଆସିବେ ଅପରାଜିତା। ଏହାଛଡ଼ା ବିଜୟ ମହାନ୍ତି, ସ୍ମିତା ମହାନ୍ତି, ବବି ମିଶ୍ର ଓ ପିଣ୍ଟୁ ନନ୍ଦ ପ୍ରମୁଖ ଭୂମିକାରେ ନଜର ଆସିବେ।

ମୃତ୍ୟୁଞ୍ଜୟ ସାହୁ ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିବା ବେଳେ ଶିଶିର ଚନ୍ଦ୍ର ଦାସ ଏବଂ କୀର୍ତ୍ତନ ଚନ୍ଦ୍ର ପାତ୍ର ଫିଲ୍ମର ପ୍ରଯୋଜନା ଭାର ତୁଲାଇଛନ୍ତି।

 

ଏହି ଚଳଚ୍ଚିତ୍ରର ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ। ଫିଲ୍ମରେ ଅନେକ ସେଟ୍ ତିଆରି କରାଯାଇ ସୁଟିଂ ହୋଇଛି। ଖାଲି ସେତିକି ନୁହେଁ ନାୟକର ନାଆଁ ‘ଦେବଦାସ’ର ସୁଟିଂ କଟକ, ଭୁବନେଶ୍ଵର ଓ ଢ଼େଙ୍କାନାଳ ଆଦି ସ୍ଥାନରେ କରାଯାଇଛି।

‘ଦେବଦାସ’ ପୂର୍ବରୁ ବିଭିନ୍ନ ଭାଷାରେ ନିର୍ମାଣ ହୋଇଛିା ଦର୍ଶକ ଏହାକୁ ଦେଖି ସାରିଛନ୍ତିା ତେଣୁ ଏହି ଫିଲ୍ମରେ କ’ଣ ଭିନ୍ନ ରହିଛି ତାହା ଦେଖିବାକୁ ବାକି ରହିଲା।

Comment