ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ନାଇଜେରିଆର ଲାଗୋସ୍ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ଡବଲ୍ ପଦକ ସଫଳତା ମିଳିଛି। ମିକ୍ସ ଡବଲ୍ସରେ ରୌପ୍ୟ ଏବଂ ମହିଳା ଡବଲ୍‌ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ମିକ୍ସ ଡବଲ୍ସ ଫାଇନାଲରେ ଋତୁପର୍ଣ୍ଣା ନିଜ ଯୋଡିଦାର ରାମଚନ୍ଦ୍ରନ ସ୍ଲୋକଙ୍କ ସହ ମିଶି ଫାଇନାଲରେ ଅନ୍ୟତମ ଭାରତୀୟ ପ୍ରତିଦ୍ୱନ୍ଦ୍ୱୀ ଏମ୍. ଆର୍.ଅର୍ଜୁନ ଓ କେ.ମନିଷାଙ୍କୁ ଟକ୍କର ଦେଇଥିଲେ।

ଏଥିରେ ଅର୍ଜୁନ ଓ ମନିଷାଙ୍କ ଯୋଡ଼ି ୨୧-୧୬, ୨୧-୧୭ ସେଟରେ ଋତୁପର୍ଣ୍ଣା ଓ ରାମଚନ୍ଦ୍ରନଙ୍କ ଯୋଡ଼ିକୁ ପରାସ୍ତ କରିଥିଲେ। ସେହିପରି ମହିଳା ଡବଲ୍‌ସରେ କେ ମନିଷାଙ୍କ ସହ ଭାଗିଦାରୀରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଋତୁପର୍ଣ୍ଣା ସେମିଫାଇନାଲରେ ପ୍ରବେଶ କରିବାର ସଫଳତା ପାଇଛନ୍ତି। ଏଥିରେ ତାଙ୍କୁ ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

୨୦୦୯ ମସିହାରୁ ବ୍ୟାଡମିଣ୍ଟନରେ କ୍ୟାରିଅର ଆରମ୍ଭ କରିଥିଲେ ୠତୁପର୍ଣ୍ଣା। ଗତ ତିନିବର୍ଷ ଧରି ସେ ହାଇଦ୍ରାବାଦସ୍ଥିତ ଗୋପିଚାନ୍ଦ ଏକାଡେମୀରେ ରହି ଅଭ୍ୟାସ ଜାରି ରଖିଛନ୍ତି। କିନ୍ତୁ ଦୁଃଖର କଥା ୯ବର୍ଷର କ୍ୟାରିୟର ଭିତରେ ଓଡ଼ିଶାରୁ ତାଙ୍କୁ କୌଣସି ପ୍ରାୟୋଜକ ବି ମିଳି ପାରିନାହିଁ। ଲଗାତାର ଜାତୀୟ ସ୍ତରରେ ଟାଇଟଲ୍ ଜିତୁଥିଲେ ବି ରିତୁପର୍ଣ୍ଣାଙ୍କୁ କୌଣସି ଆର୍ଥିକ ସହାୟତା ମିଳିପାରିନାହିଁ।

ଫଳରେ ବର୍ଷକୁ ଖେଳ ପିଛା  ରିତୁପର୍ଣ୍ଣାଙ୍କ ବାପାଙ୍କୁ ପ୍ରାୟ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଓଏମ୍ପି ଛକରେ ଗାଡି ସ୍ପେୟାର୍ ପାର୍ଟସ୍ ଦୋକାନ କରିଥିବା ୠତୁପର୍ଣ୍ଣାଙ୍କ ବାପା ରାମଚନ୍ଦ୍ରଙ୍କ ପକ୍ଷରେ ଏତେ ଟଙ୍କା ଖର୍ଚ୍ଚ କରିବା ସମ୍ଭବପର ହେଉନାହିଁ। କେବଳ ୠତୁପର୍ଣ୍ଣା ନୁହେଁ, ତାଙ୍କ ସାନ ଭଉଣୀ ଶ୍ୱେତାପର୍ଣ୍ଣା ମଧ୍ୟ ଜାତୀୟ ସ୍ତରରେ ବ୍ୟାଡମିଣ୍ଟନ୍ ଖେଳାଳି।

LEAVE A REPLY

Please enter your comment!
Please enter your name here