ଓଡ଼ିଶାଲାଇଭ ବ୍ୟୁରୋ

ମୃତ୍ୟୁ ସ୍ଥାନ, କାଳ ଦେଖି ଆସି ନଥାଏ। କେଉଁ ସମୟରେ ଆସେ ତାହା କେହି ଜାଣି ନଥାନ୍ତି। ଠିକ୍ ଏହିଭଳି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ରାଣିଗୁଡ଼ା ଅଞ୍ଚଳରେ।  ସାକ୍ରେଡ ହାର୍ଟ ସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ପ୍ରାର୍ଥନା କରୁଥିବା ସମୟରେ ହଠାତ ଟଳି ପଡ଼ିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ମୃତକ ଜଣକ ହେଉଛନ୍ତି ମଙ୍ଗଳଦାନ ନାୟକଙ୍କ ପୁଅ ଶୁଭ୍ରାଶୁଂ ନାୟକ। ସୋମବାର ସକାଳ ପ୍ରାୟ ୭ଟା ୩୦ରେ ସାକ୍ରେଡ ହାର୍ଟ ସ୍କୁଲରେ ପ୍ରାର୍ଥନା କରୁଥିବା ସମୟରେ ଟଳି ପଡ଼ିଥିଲେ ଶୁଭ୍ରାଶୁଂ।

ପରେ ତଳେ ପଡ଼ି ଥରିବାକୁ ଲାଗିଲେ ଓ ତାଙ୍କ ମୁହଁରୁ ଫେଣ ବାହାରିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ପଠାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ରାୟଗଡ଼ା ପୋଲିସ ଏକ ଅପମୃତ୍ୟୁ ମାମାଲା ରୁଜୁ କରିଛି

Comment