ଓଡ଼ିଶାଲାଇଭ ବ୍ୟୁରୋ

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସ୍‌ଏସ୍‌) ଆଗାମୀ ବର୍ଷ ଏପ୍ରିଲରେ ଖୋଲିବ ସୈନିକ ସ୍କୁଲ। ଏହି ସ୍କୁଲରେ ବିଦ୍ୟାର୍ଥୀଙ୍କୁ ସେନାରେ ଭର୍ତ୍ତି ହେବା ପାଇଁ ତାଲିମ ଦିଆଯିବ। ସ୍କୁଲ ଚଳାଇବା ଦାୟିତ୍ୱ ଆରଏସ୍ଏସ୍‌ର ଏଜୁକେସନ ଓ୍ୱିଙ୍ଗ ବିଦ୍ୟା ଭାରତୀକୁ ଦିଆଯାଇଛି।

୪୦ କୋଟି ଟଙ୍କା ବ୍ୟୟରେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏହି ସ୍କୁଲର ସ୍ଥାପନା କରାଯିବ। ଏହି ସ୍କୁଲ ସିବିଏସଇ ବୋର୍ଡର ସିଲାବସ୍ ଅନୁକରଣ କରିବ। ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲା ପାଠ ପଢିପାରିବେ।

ଆରଏସଏସର ସଂଘଚାଳକ ରାଜେନ୍ଦ୍ର ସିଂହ ଓରଫ୍ ରଜ୍ଜୁ ଭାଇଙ୍କ ନାମରେ ଏହି ସ୍କୁଲର ନାଁ ରଜ୍ଜୁ ଭାଇ ସୈନିକ ବିଦ୍ୟା ମନ୍ଦିର ରଖାଯିବ। ୧୯୨୨ ମସିହାରେ ଏହି ସ୍ଥାନରେ ରଜ୍ଜୁ ଭାଇଙ୍କ ଜନ୍ମ ହୋଇଥିଲା ।

Comment