ଓଡ଼ିଶାଲାଇଭ ବ୍ୟୁରୋ

ରାୟଗଡ଼ା ଜିଲ୍ଲା ଥେରୁବାଲିସ୍ଥିତ ଇମ୍‌ଫା କାରଖାନା ତରଫରୁ ସୋମବାର ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଥେରୁବାଲି ଇମ୍ଫା କାରଖାନାର ମୁଖ୍ୟ ତଥା ବରିଷ୍ଠ ମହାପ୍ରବନ୍ଧକ କେ ଭି ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଗ୍ରାମର ମୁଖ୍ୟଙ୍କ ଉପସ୍ଥିତିରେ ଚାରା ବଣ୍ଟନ କରିଥିଲେ।

ଥେରୁବାଲି, କାର୍ତ୍ତିକାଗୁଡ଼ା, କେଲିଗୁଡ଼ା, ଖେଦାପଡ଼ା, ଓ ଡୁମୁରିଗୁଡ଼ା ଗ୍ରାମ ପଞ୍ଚାୟତର ଶତାଧିକ କ୍ଷୁଦ୍ର ଓ ନାମ ମାତ୍ର ଫଳ ଚାଷୀଙ୍କୁ ଆମ୍ବ, ନଡିଆ ଇତ୍ୟାଦି ଫଳ ଚାରା ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମ ଆରମ୍ଭରେ ଇମ୍‌ଫା ଲୋକ ସମ୍ପର୍କ ବିଭାଗର ମୁଖ୍ୟ ଶକ୍ତି ପ୍ରସାଦ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଫଳ ଚାଷୀଙ୍କୁ ବୁଝାଇ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଇମ୍‌ଫା ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ଉପ- ମହାପ୍ରବନ୍ଧକ ଅଜୟ କୁମାର ବେହୁରିଆ, ସିଭିଲ ଡିପାର୍ଟମେଣ୍ଟ ର ମୁଖ୍ୟ ଶ୍ରୀ ଜ୍ଞାନ ରଞନ ପଟ୍ଟନାୟକ, ପରିବେଶବିତ୍ ଗୌରବ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ଥେରୁବାଲି ଓ ଆଖପାଖ ଅଞ୍ଚଳରେ କଳା, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ଓ ପରିବେଶର ବିକାଶ ପାଇଁ ଇମ୍‌ଫା ତରଫରୁ ଏହି ଭଳି ଜନ ହିତକର କାର୍ଯ୍ୟକୁ ହାତକୁ ନିଆଯାଇଛି। କାରଖାନାର ଏହି ମହତ ଦାନ ପାଇଁ ଥେରୁବାଲି ଅଞ୍ଚଳର ଫଳ ଚାଷୀମାନେ ଇମ୍‌ଫା କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି।

Comment