ଓଡ଼ିଶାଲାଇଭ ବ୍ୟୁରୋ

ରାୟଗଡ଼ା ସହର ବରିଷ୍ଠ ନାଗରିକ ମଙ୍ଗଳ ସଂଘର ସମସ୍ତ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ଗାୟତ୍ରୀନଗର ସ୍ଥିତ ଜିଲ୍ଲା ନାଗରିକ ମଙ୍ଗଳ ସଂଘର କାର୍ଯ୍ୟାଳୟଠାରେ ଏହି ପରିଚୟ ପତ୍ର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ଟର ଶ୍ରବଣା ବିବେକ.ଏମ ଯୋଗଦେଇ ଏଠାରେ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ପ୍ରଦାନ କରିଛନ୍ତି।

ଏହି ଅବସରରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଭି ଆର ରାଓ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥଙ୍କ ସମେତ ସଂଘ ଅଧ୍ୟକ୍ଷ ବିନୋଦଚନ୍ଦ୍ର ପଣ୍ଡା, ଉପ ଅଧ୍ୟକ୍ଷ ନିରଞ୍ଜନ ବକ୍ସିପାତ୍ର ଓ ଉପଦେଷ୍ଟା ଏନ.ଏନ. ପାଢୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Comment