ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜ୍ୟ କଣ୍ଟିନଜେନ୍ସି ଫଣ୍ଡର ଅପବ୍ୟବହାର କରିଛି ବିଜେଡି। ନିର୍ବାଚନ ବେଳେ ଏହି ପାଣ୍ଠିରୁ ଟଙ୍କା ବିଜେଡି ଟଙ୍କା ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ ଆଣି ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛି।

ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ଆଜି ଅପରାହ୍‌ଣରେ ରାଜଭବନ ଯାଇଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ।

ପ୍ରଦୀପ୍ତ ନାୟକ କହିଥିଲେ, ‘‘କଣ୍ଟିନଜେନ୍ସି ଫଣ୍ଡକୁ ଆପାତକାଳୀନ ସ୍ଥିତିରେ ବ୍ୟବହାର କରାଯାଏ। କିନ୍ତୁ ଶାସକ ବିଜେଡି ୨୦୧୯ ନିର୍ବାଚନ ବେଳେ ବିଭିନ୍ନ ଯୋଜନା ପାଇଁ ଏହି ଫଣ୍ଡରୁ ଟଙ୍କା ଖର୍ଚ୍ଚ କରିଥିଲା। କାଳିଆ ଏବଂ ମଧୁ ବାବୁ ପେନସନ୍‌ ଯୋଜନାରେ ଏହି ଟଙ୍କା ଖର୍ଚ୍ଚ କରାଯାଇଛି।’’

୨୦୧୮-୧୯ ପାଇଁ କଣ୍ଟିନଜେନ୍ସି ଫଣ୍ଡରେ ୪୦୦ କୋଟି ଟଙ୍କା ଥିବା ବେଳେ ରାଜ୍ୟ ସରକାର ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ୧୪୦୦ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ। ଆପାତକାଳୀନ ସ୍ଥିତିରେ ହିଁ କଣ୍ଟିନଜେନ୍ସି ଫଣ୍ଡର ବ୍ୟବହାର କରାଯାଇ ପାରିବ ବୋଲି ଆଇନ ରହିଛି। କିନ୍ତୁ ରାଜ୍ୟ ସରକାର ସମ୍ବିଧାନର ନିୟମକୁ ଉଲ୍ଲଂଘନ କରିଥିବା ବିଜେପି ଅଭିଯୋଗ କରିଛି।

Comment