ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ୧୨ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ। ସିଟିଜେନ୍‌ ଫୋରମ୍‌ ଓ ଜୟ ଭୀମ ଭୋଇ ଘାସି ସମାଜ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ୨୪ ଘଣ୍ଟା ସେବା ପ୍ରଦାନ କରିବା ଦାବିରେ ଏହି ବନ୍ଦ ପାଳନ ହେଉଛି। ଜିଲ୍ଲାର ଅନ୍ୟାନ୍ୟ ସଙ୍ଗଠନ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ବନ୍ଦ ଯୋଗୁଁ ଜିଲ୍ଲାରେ ସାଧାରଣ ଜୀବନ ଯାତ୍ରା ଠପ୍‌ ହୋଇଯାଇଛି।

ମଙ୍ଗଳ ବଜାରରେ ଥିବା ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନାହାନ୍ତି। ଭଲ ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ଗତ କିଛି ଦିନ ତଳେ ଘାସି ସମାଜର ଏକ ୯ ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଘାସି ସମାଜ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା।।

Comment