ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଧୋଇବା ଲୋକମାନଙ୍କୁ ସବୁଠୁ ସହଜ କାମ ଲାଗେ। କିନ୍ତୁ ଗାଧୋଇବାର ବି ଏକ ଠିକ୍ ଉପାୟ ଅଛି ବୋଲି ଆପଣ କେବେ ଭାବିଛନ୍ତି କି? ଠିକ୍ ଭାବେ ଗାଧୋଇଲେ ଆପଣ ସାରାଦିନ ସତେଜ ଅନୁଭବ କରିବେ।

-ଆୟୁର୍ବେଦ ଅନୁସାରେ ଗାଧୋଇବା କୌଣସି ଥେରାପିଠାରୁ କମ୍ ନୁହେଁ। ଧ୍ୟାନ ଭଳି ଏହା ମଧ୍ୟ ଶରୀରକୁ ଶାନ୍ତି ଓ ସତେଜତା ପ୍ରଦାନ କରେ। ତେଣୁ ତରତରରେ ବାଥରୁମ୍‌ରେ ପଶି କେବେହେଲେ ଗାଧାନ୍ତୁ ନାହିଁ। ବିଲକୁଲ ରିଲାକ୍ସ ହୋଇ ଗାଧୋଇବା ଆବଶ୍ୟକ।

-ଗାଧୋଇବା ପୂର୍ବରୁ ପାଦ ଉପରେ ପାଣି ଢାଳି ପାଣିର ତାପମାତ୍ରା ଯାଞ୍ଚ କରନ୍ତୁ। ନାହି ତଳ ଅଂଶ ପାଇଁ ଅଧିକ ତାପମାତ୍ରା, କାନ୍ଧରୁ ଉପର ଅଂଶ ପାଇଁ ମଧ୍ୟମ ତାପମାତ୍ରାର ପାଣି ବ୍ୟବହାର କରନ୍ତୁ।

-ମୁହଁ, ମୁଣ୍ଡ ଓ ହାତରେ ସବୁଠୁ କମ୍ ତାପମାତ୍ରାର ପାଣି ବ୍ୟବହାର କରନ୍ତୁ। ସେହିପରି ମୁଣ୍ଡପଟୁ ନୁହେଁ, ପ୍ରଥମେ ପାଦରେ ପାଣି ଢାଳି ଗାଧୋଇବାକୁ ଅଭ୍ୟାସ କରନ୍ତୁ।

-ଗାଧୋଇବା ପୂର୍ବରୁ ସବୁଦିନ ଶରୀରରେ ତେଲ ଓ ହଳଦୀ ବ୍ୟବହାର କରନ୍ତୁ। ହଳଦୀ ଲଗାଇଲେ ଯଦି ଆଲର୍ଜି ହେଉଥିବ ତା’ ହେଲେ କେବଳ ତେଲ ମାଲିସ କରନ୍ତୁ।

-ଗାଧୋଇବା ପାଣିରେ ବିଭିନ୍ନ ପ୍ରକାର ସୁଗନ୍ଧିଯୁକ୍ତ ଦ୍ରବ୍ୟ ବି ପକାଇପାରିବେ। ଆଜିକାଲି ବଜାରରେ ସେସବୁ ଖୁବ୍ ସହଜରେ ଉପଲବ୍ଧ। ତେବେ ଚନ୍ଦନ ପାଉଡ଼ର, ନିମ୍ବ ପତ୍ର ପ୍ରଭୃତି ପାଣିରେ ପକାଇ ଗାଧୋଇଲେ ତ୍ୱଚା କାନ୍ତିଯୁକ୍ତ ହୋଇଥାଏ ।

-ସାବୁନ ଲଗାଇବା ପୂର୍ବରୁ ତାହା କେଉଁପ୍ରକାର ତ୍ୱଚା ପାଇଁ ଉପଯୁକ୍ତ, ଆପଣଙ୍କ ତ୍ୱଚାକୁ ତାହା ସୁହାଇବ କି ନାହିଁ ତାହା ଜାଣିରଖନ୍ତୁ।

-ଗାଧୋଇବା ସମୟରେ ଟାଉଲିଆ ବଦଳରେ ପିତାତରଡ଼ିର ଜାଲିକୁ ବ୍ୟବହାର କରନ୍ତୁ।

Comment