ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକପ୍ରିୟ  ୟୁଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଶାଲାଇଭ୍‌ର ସବ୍‌ସ୍କ୍ରାଇବର ସଂଖ୍ୟା ୬ ଲକ୍ଷ ଟପି ଯାଇଛି। ଏହାସହ ଏହି ଡିଜିଟାଲ ପ୍ଲାଟଫର୍ମର ସମୁଦାୟ ପେଜ୍‌ ଭିଉଜ୍‌ ପ୍ରାୟ ୧୪ କୋଟିରେ ପହଞ୍ଚି ପାରିଛି। ଓଡ଼ିଶାଲାଇଭ୍‌ ଓଡ଼ିଶାର ଏକ ଆଗଧାଡ଼ିର ସୋସିଆଲ୍‌ ମିଡିଆ ପ୍ଲାଟଫର୍ମର ମାନ୍ୟତା ପାଇଛି।

୨୦୧୧ ମସିହା ଡିସେମ୍ବର ମାସରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିଲା ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲ। ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ ଏହି ଚ୍ୟାନେଲର ଶୁଭାରମ୍ଭ କରିଥିଲେ।

ଓଡ଼ିଶାର ଖବର ସହିତ କଳା, ସାହିତ୍ୟ, ସଂସ୍କୃତି ଏବଂ ବିଭିନ୍ନ ଇଭେଣ୍ଟ ଉପରେ ଆଧାରିତ ଏହି ଭିଡିଓଗୁଡ଼ିକୁ ପ୍ରତିଦିନ ଦେଶ ବିଦେଶରେ ଲକ୍ଷାଧିକ ଦର୍ଶକ ଦେଖୁଛନ୍ତି।

ଓଡ଼ିଶାଲାଇଭ୍ ମିଡିଆ ନେଟୱର୍କ ଅଧୀନରେ ରହିଛି ‘ଓଡ଼ିଶାଲାଇଭ୍’ ନ୍ୟୁଜ୍ ପୋର୍ଟାଲ୍ (www.odisha.live) ଯାହାକି ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା କାଟେଗୋରି-ଏ ମାନ୍ୟତା ପାଇଛି। ସେହିପରି ଓଡ଼ିଶାର ଏହି ଅଗ୍ରଣୀ ଡିଜିଟାଲ୍ ପ୍ଲାଟଫର୍ମ ଅଧୀନରେ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଦେଶ ବିଦେଶରେ ଲୋକପ୍ରିୟ ହୋଇପାରିଛି। ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ୍ ବିଶ୍ଵର ସବୁଠାରୁ ବଡ଼ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍‌ର ପାର୍ଟନର ଚ୍ୟାନେଲ୍‌ର ମାନ୍ୟତା ପାଇବା ସହ ୟୁଟ୍ୟୁବ୍ ଭେରିଫାଇଡ୍ ଚ୍ୟାନେଲ୍‌ର ଯୋଗ୍ୟତା ହାସଲ କରିଛି।

“ଯେତେବେଳେ ସାରା ଦେଶରେ ୟୁ ଟ୍ୟୁବ୍‌ ଚ୍ୟାନେଲର ବ୍ୟବହାର ଓ ଲୋକପ୍ରିୟତା ପ୍ରାଥମିକ ଅବସ୍ଥାରେ ଥିଲା ସେତେବେଳେ ହିଁ ଆରମ୍ଭ ହୋଇଥିଲା ଓଡ଼ିଶାଲାଇଭ୍‌। ଏହି କିଛି ବର୍ଷ ହେଲା ଓଡ଼ିଶା ସମେତ ସାରା ଦେଶରେ ୟୁଟ୍ୟୁବ ଚ୍ୟାନେଲର ବ୍ୟବହାର ବଢ଼ିଛି। ଦର୍ଶକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମେ ଓଡ଼ିଶା ସମ୍ପର୍କରେ ଭିଡିଓ ଉପସ୍ଥାପନ କରି ଓଡ଼ିଶାଲାଇଭ୍‌କୁ ଦେଶ ବିଦେଶର ଲକ୍ଷ ଲକ୍ଷ ଡିଜିଟାଲ୍ ମିଡିଆ ଦର୍ଶକଙ୍କ ସହ ଯୋଡିପାରିଛୁ।  ଆଜି ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ୬ ଲକ୍ଷ ସବସ୍କ୍ରାଇବର୍ ସଂଖ୍ୟା ଛୁଇଁବା ଏବଂ ୧୩ କୋଟି ୮୩ ଲକ୍ଷରୁ ଅଧିକ ଲାଇଫ୍ ଟାଇମ୍ ଭିଉଜ୍ ହାସଲ କରିବା ପଛରେ ରହିଛି ଦର୍ଶକମାନଙ୍କ ଭଲପାଇବା। ତେଣୁ ମୁଁ ଓଡ଼ିଶାଲାଇଭ୍ ଟିମ୍ ତରଫରୁ ସେମାନଙ୍କୁ କୃତଜ୍ଞତା ଜଣାଉଛି, “କହିଛନ୍ତି ଓଡ଼ିଶାଲାଇଭ୍ ମିଡିଆର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।”

ଏକ ସାମାଜିକ ଗଣମାଧ୍ୟମ ହିସାବରେ ଓଡ଼ିଶାଲାଇଭ୍‌ର ୟୁ ଟ୍ୟୁବ୍ ଚ୍ୟାନେଲ୍ ବିଭିନ୍ନ ବୟସ ଓ ରୁଚିର ଗ୍ରାହକଙ୍କୁ ଆକର୍ଷିତ କରିପାରିଛି। ସେହିପରି ଓଡ଼ିଶା ଏବଂ ଭାରତର ବିଭିନ୍ନ ସ୍ଥାନରେ ରହୁଥିବା ଦର୍ଶକମାନଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଛି।

ଓଡ଼ିଶୀ ନୃତ୍ୟ ହେଉ କି ସଙ୍ଗୀତ, ସମ୍ବଲପୁରୀ ଲୋକନୃତ୍ୟ ହେଉ କି ବିଭିନ୍ନ ଆଦିବାସୀ ନୃତ୍ୟ, କଳାହାଣ୍ଡିର ଗୁମୁରା ହେଉ କି ଢାପ୍ କିମ୍ବା ମୟୂରଭଞ୍ଜର ଛଉ। ଏ ସମସ୍ତ ବିଷୟକୁ ଫୁଲ୍‌ ଏଚ୍‌ଡ଼ି ମାଧ୍ୟମରେ ଧରି ରଖି ଆସିଛି ଓଡ଼ିଶାର ପ୍ରଥମ ଓ୍ୱେବ ଚ୍ୟାନେଲ୍ ଓଡ଼ିଶାଲାଇଭ୍। କେବଳ ସେତିକି ନୁହେଁ କଳା, ସଂସ୍କୃତି ଉପରେ ବିଭିନ୍ନ ଆଧାରିତ କୋଣାର୍କ ମହୋତ୍ସବ, ଧଉଳି କଳିଙ୍ଗ ମହୋତ୍ସବ ବାଟ ଦେଇ ମେକ୍ ଇନ୍ ଓଡ଼ିଶା, ବିଶ୍ଵ କପ୍ ହକି ଏପରିକି ଅନ୍ତର୍ଜାତୀୟ ଆଲୁମିନିୟମ୍ କନକ୍ଲେଭକୁ କ୍ୟାମେରାରେ କଏଦ୍ କରି ଲୋକଙ୍କ ପାଖରେ ପହଞ୍ଚାଇପାରିଛି ଓଡ଼ିଶାଲାଇଭ୍।

“୨୦୧୨ ମସିହାରେ ଆମେ ଓଡ଼ିଶାଲାଇଭ୍ ପାଇଁ ଭିଡିଓ କାମ ଆରମ୍ଭ କରିଥିଲୁ। ପ୍ରଥମ ୩ରୁ ୪ ବର୍ଷ ଡିଜିଟାଲ ମିଡିଆ ସେତିକି ଅଗ୍ରଗତି କରି ନଥିଲା। ୨୦୧୬ ପରେ ଡିଜିଟାଲ୍ ମିଡିଆର ବିକାଶ, ସୋସିଆଲ୍ ମିଡିଆର ଲୋକପ୍ରିୟତା ବୃଦ୍ଧି ଏବଂ ବିଭିନ୍ନ ମୋବାଇଲ୍ ଆପ୍ ଆସିବା ଫଳରେ ବହୁତ ସଂଖ୍ୟାରେ ଲୋକ ଅନ୍‌ଲାଇନ୍ ମିଡିଆ ସହ ଯୋଡି ହେଲେ। ଦେଶର ପ୍ରାୟ ସବୁ ଟିଭି ଚ୍ୟାନେଲ୍ ସେମାନଙ୍କ ପ୍ରତି ମୁହୂର୍ତ୍ତର କାର୍ଯ୍ୟକ୍ରମକୁ ମଧ୍ୟ ସୋସିଆଲ୍ ମିଡିଆରେ ଷ୍ଟ୍ରିମ୍ କରିବାକୁ ଆଗେଇ ଆସିଲେ। ଆଜି ଓଡ଼ିଶାରୁ ବହୁ ଡିଜିଟାଲ୍ ଚ୍ୟାନେଲ୍ ଆରମ୍ଭ ହୋଇଥିଲେ ମଧ୍ୟ ଓଡ଼ିଶାଲାଇଭ୍ ତା’ର ମୂଳ ଲକ୍ଷ୍ୟ ଏବଂ ଓଡ଼ିଶା ପ୍ରତି ସମର୍ପିତ ଭାବନା ଯୋଗୁଁ ଭିଡ଼ ମଧ୍ୟରେ ନିଜକୁ ଅଲଗା କରି ଠିଆ କରିବା କ୍ଷେତ୍ରରେ ସକ୍ଷମ ହୋଇପାରିଛି’’, କହିଛନ୍ତି ଶ୍ରୀଯୁକ୍ତ ରଥ।

ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲ୍ ଆଜି ଓଡ଼ିଶା ସମ୍ପର୍କରେ ଏକ ଛୋଟ ଭିଡିଓ ଅନ୍‌ଲାଇନ୍‌ର ରୂପ ନେଇଛି। କାରଣ ଏଥିରେ ବିଭିନ୍ନ ବିଷୟକୁ ଆଧାରକରି ଭିଡିଓ ପୋଷ୍ଟ କରାଯିବା ସହ ଏବଂ ବିଭିନ୍ନ ବ୍ୟକ୍ତିତ୍ଵ ଓ ପ୍ରମୁଖ ଇଭେଣ୍ଟକୁ ସ୍ଥାନ ଦିଆଯାଇଛି। ତେଣୁ ଆଜି ଓଡ଼ିଶାଲାଇଭ୍ କେବଳ ଓଡ଼ିଆ ଲୋକଙ୍କ ମଧ୍ୟରେ ସୀମିତ ନ ହୋଇ ଦେଶ ବିଦେଶରେ ରହୁଥିବା ବିଭିନ୍ନ ଭାଷାଭାଷୀ ଲୋକଙ୍କ ବ୍ୟବହାରରେ ଆସିପାରିଛି।

ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶାଲାଇଭ୍ ପକ୍ଷରୁ ଭିଡିଓ କଭରେଜ୍ କରାଯାଇ ଦର୍ଶକମାନଙ୍କ ପାଖରେ ପହଞ୍ଚା ଯାଇପାରିଥିଲା। ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ପୋଷ୍ଟ ହେଉଥିବା ଏହି ଭିଡିଓଗୁଡ଼ିକୁ ଦର୍ଶକମାନେ ନୟମିତ ଦେଖିବା ସହ ସେମାନଙ୍କ କମେଣ୍ଟ ଦେଉଛନ୍ତି। କେତେକ ଭିଡିଓ ଲକ୍ଷାଧିକ ଭିଉ ହାସଲ କରିପାରିଛି।

Comment