ଓଡ଼ିଶାଲାଇଭ୍ ବ୍ୟୁରୋ

Orissa Post Mettle Meet 2019 Grand Finale Senior Category

  • ଦ୍ୱିତୀୟ ସ୍ଥାନରେ ଏନ୍‌ଆଇଟି-ରାଉରକେଲା
  • ତୃତୀୟ ସ୍ଥାନ ହାସଲ କଲା ଏମ୍‌ସ-ଭୁବନେଶ୍ୱର
  • ଚଳିତ ବର୍ଷ ସିନିଅର ବର୍ଗରେ ଥିଲେ ୪୬ ଟିମ୍‌

ଶେଷ ହୋଇଛି ଓଡ଼ିଶାପୋଷ୍ଟ ମେଟଲ୍‌ ମିଟ୍ ଚତୁର୍ଥ ସଂସ୍କରଣ ସିନିଅର ବିଭାଗର ଗ୍ରାଣ୍ଡଫିନାଲେ। ସିନିଅର ବିଭାଗର ମୋଟ ୮ଟି ଟିମ୍‌ରୁ ଶ୍ରେଷ୍ଠ ୩ଟି ଟିମ୍‌କୁ ବଛା ଯାଇଛି। ଏଥର ମେଟଲ୍‌ ମିଟ୍‌ରେ ପ୍ରଥମ ସ୍ଥାନ ଅଧିକାର କରି ଆଇଜିଆଇଟି-ସରାଙ୍ଗ ଟିମ୍‌ ୱିନର ଟ୍ରଫି ଜିତିଛନ୍ତି।

ସେହିପରି ଏନ୍‌ଆଇଟି-ରାଉରକେଲା ମେଟଲ୍‌ ମିଟ୍‌-୨୦୧୯ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ଏମ୍‌ସ-ଭୁବନେଶ୍ୱର।

Orissa Post Mettle Meet 2019 Grand Finale Senior Categoryସିନିଅର ବର୍ଗର ଏହି ଶ୍ରେଷ୍ଠ ୩ଟି ଟିମ୍‌କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି। ପ୍ରଥମ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ସହ ୧ ଲକ୍ଷ ଟଙ୍କା, ଦ୍ୱିତୀୟ ସ୍ଥାନରେ ରହିଥିବା ଟିମ୍‌କୁ ଟ୍ରଫି ସହ ୫୦ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ସହ ୨୫ ହଜାର ଟଙ୍କା ଦିଆଯାଇଛି।

ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭିନିଲ କ୍ରୀଷ୍ଣା, ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ, ଟିମ୍‌ର ସିଏମ୍‌ଡି ନିଶିକାନ୍ତ ମିଶ୍ର ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇ ଶ୍ରେଷ୍ଠ ତିନିଟି ଟିମ୍‌କୁ ପୁରସ୍କୃତ କରିଥିଲେ।

Orissa Post Mettle Meet 2019 Grand Finale Senior Categoryସିନିଅର ବର୍ଗର ପ୍ରିଲିମ୍ସ ରାଉଣ୍ଡରେ ୪୬ଟି ଟିମ୍‌ ସାମିଲ ହୋଇଥିଲେ। ଫାଇନାଲକୁ ଯିବା ପାଇଁ ଏମାନଙ୍କ ଭିତରେ କଡ଼ା ଫାଇଟ୍‌ ହୋଇଥିଲା। ଶେଷରେ ୮ଟି ଟିମ୍‌ ବାଜି ମାରିଥିଲେ। ଏକ୍‌ସଆଇଏମ୍‌ବି, ଏମ୍‌ସ ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱର, ନିଟ୍‌–ରାଉରକେଲା, ନାଇଜର–ଖୋର୍ଦ୍ଧା, କଟକ ଏସ୍‌ସିବି ମେଡିକାଲ, କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଆଇଜିଆଇଟି–ସରାଙ୍ଗ ଫାଇନାଲକୁ ଯାଇଥିଲେ।

Orissa Post Mettle Meet 2019 Grand Finale Senior Categoryଗ୍ରାଣ୍ଡଫିନାଲେକୁ ନେଇ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିଲା। ଶ୍ରେଷ୍ଠ ୩ଟି ସ୍ଥାନରେ ରହିବା ପାଇଁ ସମସ୍ତ ଟିମ୍‌ ପ୍ରୟାସ ଜାରି ରଖିଥିଲେ। କୁଇଜ୍ ମାଷ୍ଟର ଅଜୟ ପୁନିଆଙ୍କଠାରୁ ଆସୁଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ପ୍ରତିଯୋଗୀ।

Orissa Post Mettle Meet 2019 Grand Finale Senior Categoryମେଟଲ୍‌ ମିଟ୍‌ ଗ୍ରାଣ୍ଡଫିନାଲେର ସମସ୍ତ କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ କରାଯାଇଥିଲା। ମେଟଲ୍‌ ମିଟ୍‌ ଫେସ୍‌ବୁକ୍‌ ପେଜ୍‌ ଏବଂ ଓଡ଼ିଶାପୋଷ୍ଟର ୟୁଟ୍ୟୁବ୍‌ ଚ୍ୟାନେଲରେ ଲାଇଭ୍‌ ଷ୍ଟ୍ରିମିଂ କରାଯାଇଥିଲା।

ଚଳିତ ବର୍ଷ ମେଟଲ୍ ମିଟ୍‌ର ପାର୍ଟନରମାନଙ୍କ ମଧ୍ୟରେ ରହିଥିଲେ ଟିମ୍ ଏବଂ ଏକ୍ସପୋଜ୍ ଆଡଭର୍ଟାଇଜିଂ। ସେହିପରି ରାଜ୍ୟର ଆଗଧାଡ଼ିର ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭ୍ ଏହି କାର୍ଯ୍ୟକ୍ରମର ଡିଜିଟାଲ୍ ମିଡିଆ ପାର୍ଟନର୍ ରହିଥିଲା।

Comment