ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱାଧୀନତା ପରଠାରୁ ଜମ୍ମୁ କଶ୍ମୀର ଯେଉଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଥିଲା ସେଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅର୍ଥାତ ମୋଦି ସରକାର ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରାଯାଇଛି। ଜାଣନ୍ତୁ ଜମ୍ମୁ-କଶ୍ମୀରରେ କେମିତି ଲାଗୁ ହେଲା  ଧାରା ୩୭୦?

୧୯୪୭ରେ ପାକିସ୍ତାନ ଜମ୍ମୁ-କଶ୍ମୀର ଉପରେ ଆକ୍ରମଣ କରିଥିଲା। ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରର ଶାସକ ମହାରାଜା ହରି ସିଂହ ଭାରତ ସରକାରଙ୍କୁ ସାହାଯ୍ୟ ମାଗିଥିଲେ। ଏହାପରେ ଭାରତ ସରକାର ମନା କରିଦେଇଥିଲେ।

୨୬ ଅକ୍ଟୋବର ୧୯୪୭ ମହାରାଜା ହରି ସିଂହ ଓ ଭାରତ ସରକାର ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର ହୋଇଥିଲା। ଚୁକ୍ତି ସ୍ଵାକ୍ଷରିତ ହେବା ପରେ ଜମ୍ମୁ-କଶ୍ମୀର ଭାରତର ଏକ ଅଂଶବିଶେଷ ହୋଇଥିଲା।

ଭାରତ ସରକାର ଜମ୍ମୁ-କଶ୍ମୀରରେ ନିଜର ସୈନ୍ୟ ପଠାଇଥିଲା ଓ ସେଠାରୁ ପାକିସ୍ତାନ ସେନାଙ୍କୁ ବାହାର କରିଥିଲେ।

ସେତେବେଳେ ସର୍ଦ୍ଦାର ବହ୍ଲବ ଭାଇ ପଟେଲଙ୍କ କହିବା କଥା ଥିଲା ଯେ ଆମକୁ ପାକିସ୍ତାନ ସହ ଯୁଦ୍ଧ କରିବାର ଅଛି। ସବୁ ଭାରତୀୟ ସେନାଙ୍କୁ କଶ୍ମୀର ପଠାଇ ପାକିସ୍ତାନ ସେନାଙ୍କୁ ବାହାର କରିଦିଅ। କିନ୍ତୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଯୁଦ୍ଧ ଚାହିଁ ନଥିଲେ।

ସେ ପାକିସ୍ତାନର ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ କହିଥିଲେ ଯେ ଜମ୍ମୁ-କଶ୍ମୀର ଭାରତର ଏକ ଅଂଶ ହୋଇ ସାରିଛି। କିନ୍ତୁ ମହମ୍ମଦ ଜିନ୍ନା ଏହାକୁ ଖାରଜ କରିଥିଲେ। ଜବାହାରଲାଲ ନେହେରୁ ଏହି ଘଟଣା ନେଇ ୟୁଏନ୍ ଚାର୍ଟର ପାଖକୁ ଯାଇଥିଲେ। କିନ୍ତୁ ୟୁଏନ୍ ଚାର୍ଟର ଏହାକୁ ନଜରଅନ୍ଦାଜ କରି କଶ୍ମୀରକୁ ଏକ ବିବାଦୀୟ କ୍ଷେତ୍ର ଦର୍ଶାଇଥିଲା।

ସେ କହିଥିଲେ ଯେ ଏହି ବିବାଦୀୟ କ୍ଷେତ୍ରକୁ ସମାଧାନ କରିବା ପାଇଁ ଜନମତ ବା ଜନତାଙ୍କ ଭୋଟ୍ ଅଧାରରେ ନିର୍ଣ୍ଣୟ ନିଆଯିବ। କିନ୍ତୁ ଜମ୍ମୁ-କଶ୍ମୀରରେ କେବେ ଜନତାଙ୍କ ଭୋଟ୍ ହୋଇପାରିଲା ନାହିଁ।

ସେ ସମୟରେ ଜମ୍ମୁ-କଶ୍ମୀରରେ ଶେଖ୍ ଅବଦୁଲ୍ଲା ରାଜନୀତି କ୍ଷେତ୍ରରେ ବାହାରକୁ ଆସିଥିଲେ। ଯିଏକି ମୁସ୍‌ଲିମ ଲୋକମାନଙ୍କର ପ୍ରତିନିଧି କରୁଥିଲେ।

ଏହି ଭିତ୍ତିରେ ଜବାହାରଲାଲ ନେହେରୁ ଜମ୍ମୁ-କଶ୍ମୀର ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ଲାଗିବ। ଏହି ଭିତ୍ତିରେ ସେ ଆର୍ଟିକିଲ ୩୭୦ ବନାଇଥିଲେ।

ଶେଖ ଅବଦୁଲ୍ଲା ଓ ଭାରତ ସରକାରଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ଯାହାର ନାମ ଥିଲା ‘ଦିଲ୍ଲୀ ରାଜିନାମା’।  ୧୪ ମେ’ ୧୯୫୪ରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଅନୁଚ୍ଛେଦ ୩୫ ଏ’କୁ ଭାରତୀୟ ସମ୍ବିଧାନ ସହ ଯୋଡ଼ି ଦେଇଥିଲେ।

ଧାରା ୩୭୦ ଉଠିବା ପରେ ଜାମ୍ମୁ କାଶ୍ମୀରକୁ ମିଳୁଥିବା ସ୍ଵତନ୍ତ୍ର ସୁବିଧା ସୁଯୋଗ ଆଉ ରହିବ ନାହିଁ। ଏଠାରେ ଭାରତର ସମ୍ବିଧାନ ପୂରାପୂରି ଲାଗୁ ହେବ ଓ କାଶ୍ମୀରର ସ୍ୱତନ୍ତ୍ର ସମ୍ବିଧାନ ଏଣିକି ରହିବ ନାହିଁ। ଉଲ୍ଲେଖ କରାଯାଇପାରେ ଯେ ୧୯୫୬ ନଭେମ୍ବର ୧୭ ତାରିଖରେ କାଶ୍ମୀର ପାଇଁ ସ୍ଵତନ୍ତ୍ର ସମ୍ବିଧାନ ପ୍ରଣୟନ ହୋଇଥିଲା। ଏବେ କାଶ୍ମୀରରେ ଧାରା ୩୫୬ ବି ଲାଗୁ ହୋଇପାରିବ ଅର୍ଥାତ ରାଷ୍ଟ୍ରପତି ଶାସନ ଜାରି କରାଯାଇ ପାରିବ।

Comment