ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଓ ୩୫ଏ’କୁ ଉଚ୍ଛେଦ କରିବା ପାଇଁ ଆଜି ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତାବ ଦେଇଛନ୍ତି। ଏହାକୁ ନେଇ ସାରା ଦେଶରେ ଖୁସିର ଲହରୀ ଖେଳିଯବା ସହ ଏହାକୁ ଏକ ଐତିହାସିକ ପଦକ୍ଷେପ କୁହାଯାଉଛି। ତେବେ ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ସ୍ୱାଗତ ଜଣାଇ ଏକ ରାୟଗଡ଼ା ଜିଲ୍ଲାରେ ଶୋଭାଯାତ୍ରା କରାଯାଇଛି।

ସ୍ଥାନୀୟ କପିଳାସ ଛକ ନିକଟରେ ରାୟଗଡ଼ା ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ଆୟୋଜିତ ହୋଇଛି। ଯୁବ ନେତା ବସନ୍ତ ଉଲାକାଙ୍କ ନେତୃତ୍ୱରେ ଶତାଧିକ ବିଜେପିକର୍ମୀ ଏକ ଶୋଭାଯାତ୍ରାରେ ବାହାରି ବାଜା ବଜେଇ, ବାଣ ଫୁଟାଇ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଥିଲେ। ‘ଭାରତ ମାତା କି ଜୟ’ ନାରା ଦେଇ ସମସ୍ତଙ୍କୁ ମିଠା ଖୁଆଇ ଆଜିର ଦିନକୁ କର୍ମୀମାନେ ପାଳିଛନ୍ତି।

ଜମ୍ମୁ କଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରିବା ପାଇଁ ଆଜି ରାଜ୍ୟସଭାରେ ପ୍ରସ୍ତାବ ଦିଆଯାଇଛି। ଏଥିସହିତ ରାଜ୍ୟ ପୁନଃର୍ଗଠନ ବିଲ୍‌କୁ ଉପସ୍ଥାପନା କରାଯାଇଥିଲା। ତେବେ ରାଜ୍ୟ ପୁନଃର୍ଗଠନ ବିଲ୍‌ ପାରିତ ହୋଇଛି। ଏହା ଦ୍ୱାରା ଲଦାଖକୁ ଜମ୍ମୁ କଶ୍ମୀରୁ ଅଲଗା କରି ଏହି ଦୁଇଟିକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା ହୋଇଛି।

Comment