ଓଡ଼ିଶାଲାଇଭ ବ୍ୟୁରୋ


ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବାରୁ ହେଷ୍ଟେଲ ଛାଡ଼ିଛନ୍ତି ଛାତ୍ରୀ। ଏପରି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ନାଇରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ତିନିଦିନ ହେବ ନଖାଇ ନପିଇ ପିଲାମାନେ ଆନ୍ଦୋଳନ କରିଥିଲେ। ନିମ୍ନମାନର ଖଇବା ଦିଆ ଯାଉଥିବା ସେମାନଙ୍କ ଅଭିଯୋଗ ଥିଲା। ହେଲେ କେହି ନଶୁଣିବାରୁ ଶେଷରେ ବାଧ୍ୟ ହୋଇ ହଷ୍ଟେଲ ଛାଡ଼ିଛନ୍ତି ଛାତ୍ରୀ।

ଏନେଇ ଛାତ୍ରଛାତ୍ରୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା। ଫଳରେ ଆଜି ନବମ ଓ ଦଶମ ଶ୍ରେଣୀର ପ୍ରାୟ ୪୭ ପିଲା ଆଶ୍ରମ ଛାଡି ବହି ବସ୍ତାନି ଧରି ହଷ୍ଟେଲ ଛାଡ଼ିଥିଲେ। ବାଟରେ ସ୍ଥାନୀୟ ସରପଞ୍ଚ ତୁଳସା ଶବର ସେମାନଙ୍କୁ ବୁଝାଇ ଆଣି ପଞ୍ଚାୟତ କାର୍ଯ୍ୟାଳୟରେ ରଖିଥିଲେ। ଗ୍ରାମବାସୀ ମଧ୍ୟ ପିଲାଙ୍କୁ ବୁଝାଇଥିଲେ।

ତେବେ ପିଲାମାନେ କାହା କଥା ଶୁଣିବା ପରିବର୍ତ୍ତେ ଏକା ଜିଦ୍‌ରେ ରହିଥିଲେ। ନିମ୍ନମାନର ଖାଦ୍ୟ ଦିଆଯାଉଥିବା, ଅଧିକାରୀ ଓ ସୁପରିଟେଣ୍ଡେଣ୍ଟ ମିଶି ଦୁର୍ନୀତି କରୁଥିବା, କାହାକୁ ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁ ନ ଥିବା ପିଲାମାନେ କାନ୍ଦି କାନ୍ଦି ଅଭିଯୋଗ କରି ଚାଲିଥିଲେ।

ପରେ ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିଦ୍ୟାଭୂଷଣ ମହାନ୍ତି, ପିଏଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ, ବିଇଓ ପ୍ରସନ୍ନ କୁମାର ନାୟକ, ତହସିଲଦାର ନୀଳମାଧବ ମାଝି ପ୍ରମୁଖ ପହଞ୍ଚିଥିଲେ। ପିଲାଙ୍କୁ ଆଶ୍ରମ ଆଶ୍ରମ ଫେରାଇ ଆଣିବା ସହ ସୁପରିଟେଣ୍ଡେଣ୍ଟ ମିନାକ୍ଷୀ ବାରିକଙ୍କୁ ତୁରନ୍ତ ବଦଳି କରିଯାଇ ଥିଲା।

 

Comment