ଓଡ଼ିଶାଲାଇଭ ବ୍ୟୁରୋ

 ଏଣିକି ଭୁବନେଶ୍ଵରରେ ଇ-ବସ୍‌ର ସୁବିଧା ପାଇ ପରିବେ ଯାତ୍ରୀ। କେନ୍ଦ୍ର ଭାରିଶିଳ୍ପ ମନ୍ତ୍ରାଳୟ ତରଫରୁ ଦେଶର ୬୪ଟି ସହରକୁ ଇ-ବସ୍‌ ଯୋଗାଇ ଦିଆଯାଇଛି। ସର୍ବୋମୋଟ ୫ହଜାର ୫୫୯ଟି ବସ୍ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ବସ୍‌ ୪ ବିଲିୟନ କିଲୋମିଟର ପର୍ଯ୍ୟନ୍ତ ଚାଲିବ। ଆଶା କରାଯାଉଛି ଏହା ମାଧ୍ୟମରେ ପ୍ରାୟ ୧କୋଟି ୨ଲକ୍ଷ ଲିଟର ଇନ୍ଧନ ସଞ୍ଚୟ ହୋଇ ପାରିବ।

କେନ୍ଦ୍ର ସରକାରଙ୍କ ‘ଫେମ୍ ଇଣ୍ଡିଆ’ ଯୋଜନାରେ ଇ-ବସ୍‌ ଯୋଗାଇ ଦିଆଯିବ। ଏହା ମଧ୍ୟରୁ ମହାରାଷ୍ଟ୍ରକୁ ୭୨୫ ବସ୍‌, ଗୁଜୁରାଟକୁ ୫୫୦ ବସ୍‌, ଆନ୍ଧ୍ରକୁ ୩୦୦ ବସ୍‌ ଦିଆଯିବ ଏହାସହ ଓଡ଼ିଶାକୁ ୫୦ ବସ୍‌ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି।

ନିକଟରେ ଓଡ଼ିଶାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ବିଧାନସଭାରେ କହିଥିଲେ ଯେ ରାଜ୍ୟ ସରକାର ବାୟୁ ପ୍ରଦୂଷଣକୁ ରୋକିବାକୁ ଇଲେକ୍ଟ୍ରିକ ବସ୍‌ର ଯୋଜନା କରୁଛନ୍ତି।

Comment