ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ର ସରକାର ଟ୍ରିପଲ ତଲାକକୁ ଅସିଦ୍ଧ ଘୋଷଣା କରିବା ପରେ ମଧ୍ୟ ଏପରି ଏକ ଅଭିଯୋଗ ପୁଣି ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଜଣେ ମହିଳା ତାଙ୍କ ସ୍ଵାମୀ ନାଁରେ ଏପରି ଅଭିଯୋଗ ଆଣିଛନ୍ତି। ତାଙ୍କ ସ୍ଵାମୀ ଫୋନରେ ତାଙ୍କୁ ତଲାକ ଦେଇଥିବା କଥା ସେ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ କରିଥିବା ମହିଳା ଜଣକ ହେଉଛନ୍ତି ପଟ୍ଟାମୁଣ୍ଡାଇ ଅଞ୍ଚଳର ରାହେଲ ଅଲ୍ଲି ଖାନ୍‌ଙ୍କ ଝିଅ ରୁବିନା ଖାତୁନ୍‌। ଗତ ୬ମାସ ତଳେ ରୁବିନା ସେହି ଅଞ୍ଚଳର ଅବୁସୁଫିଆ ନାମକ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଅବୁସୁଫିଆ ରୁବିନାଙ୍କୁ ନେଇ ହାଇଦ୍ରାବାଦ ପଲାଇଥିଲେ।

ପରେ ରୁବିନାଙ୍କୁ ଆଣି ଘରେ ଛାଡ଼ି ଦେଇଥିଲେ। ସେଠାରେ ଶାଶୁ, ଶଶୂର ତାଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ବୋଲି ସେ ସ୍ଵାମୀଙ୍କୁ ଜଣାଇଥିଲେ। ସେଥିପାଇଁ ତାଙ୍କ ସ୍ଵାମୀ ତାଙ୍କୁ ବାପ ଘରକୁ ଚାଲିଯିବାକୁ କହିଥିଲେ। ମହଳା ଜଣକ ତାଙ୍କର ୪ମାସର ଶିଶୁକୁ ଧରି ବାପ ଘରକୁ ଚାଲିଯାଇଥିଲେ। ସେଠାରେ ତାଙ୍କ ସ୍ଵାମୀ ତାଙ୍କୁ ଫୋନ କରି ତଲାକ ଦେଇଥିବା କଥା ସେ ଅଭିଯୋଗ କରିଛନ୍ତି।

Comment