ଓଡ଼ିଶାଲାଇଭ୍‌ ବ୍ୟୁରୋ

ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଆପଣଙ୍କ ହ୍ୱାଟ୍ସଆପକୁ ଆହୁରି ସୁରକ୍ଷିତ ରଖିବା ପାଇଁ କମ୍ପାନି ପକ୍ଷରୁ ଖୁବଶୀଘ୍ର ଆସୁଛି ଫିଙ୍ଗରପ୍ରିଣ୍ଟ୍ ଫିଚର। ଏହି ନୂଆ ଫିଚର ଦ୍ୱାରା ଏଣିକି ଆପଣଙ୍କ ହ୍ୱାଟ୍ସଆପ ଫିଙ୍ଗରପ୍ରିଣ୍ଟ ସହ ସୁରକ୍ଷିତ ରହିବ। ଯାହା ଫଳରେ ଯଦି ଆପଣଙ୍କ ଫୋନ୍ ଅନଲକ୍ ରହିଥିଲେ ମଧ୍ୟ ଅନ୍ୟ କେହି ଆପଣଙ୍କ ହ୍ୱାଟ୍ସଆପ୍ ମେସେଜ୍ ପଢ଼ିପାରିବେ ନାହିଁ।

ହ୍ୱାଟ୍ସଆପ କମ୍ପାନି ଏହି ନୂଆ ସିକ୍ୟୁରିଟି ଫିଚରକୁ ବିଟା ଭର୍ସନରେ ଟେଷ୍ଟ କରୁଛି। ହ୍ୱାଟ୍ସଆପ୍ ଆପ୍ ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବାପାଇଁ ଏହି ଫିଙ୍ଗରପ୍ରିଣ୍ଟ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ହ୍ୱାଟ୍ସଆପର ଏହି ନୂଆ ଫିଚର ଆଣ୍ଡ୍ରୋଏଡ୍ ବିଟା ଭର୍ସନର ୨.୧୯.୨୨୧ରେ ଦେଖିବାକୁ ମିଳିବ।

ନୂଆ ଅପଡେଟ୍ ପରେ ହାଟ୍ସଆପ ବ୍ୟବହାରକାରୀ ଏହି ଫିଙ୍ଗରପ୍ରିଣ୍ଟ ବ୍ୟବସ୍ଥାର ବ୍ୟବହାର କରିପାରିବେ। ଏଥିପାଇଁ ବ୍ୟବହାରକାରୀଙ୍କୁ ହ୍ୱାଟ୍ସଆପ୍ ସେଟିଙ୍ଗକୁ ଯାଇ ଏହି ଫିଚରକୁ ଆକ୍ଟିଭ୍ କରିବାକୁ ପଡ଼ିବ।

ଫିଙ୍ଗରପ୍ରିଣ୍ଟ ଫିଚରକୁ ଆକ୍ଟିଭ କରିବା ପରେ ହ୍ୱାଟ୍ସଆପ୍ କେତେ ସମୟ ପରେ ଆପେ ଆପେ ଲକ୍ ହୋଇଯିବ ତାହା ମଧ୍ୟ ଆପଣ ସେଟ୍‌ କରିପାରିବେ। ଏଥିରେ ତିନୋଟି ବିକଳ୍ପ ରହିଥାଏ। ଇନ୍‌ଷ୍ଟାଣ୍ଟ, ୧ ମିନିଟ୍‌, ୩୦ ମିନିଟ୍‌। ଏହି ୩ଟି ବିକଳ୍ପ ମଧ୍ୟରୁ ଆପଣଙ୍କୁ ଗୋଟିଏ ବାଛିବାକୁ ପଡ଼ିବ।

ଇନ୍‌ଷ୍ଟାଣ୍ଟ ବିକଳ୍ପରେ ହ୍ୱାଟ୍ସଆପ୍ ତୁରନ୍ତ ଲକ୍ ପଡ଼ିବା ପାଇଁ ସୁବିଧା ରହିଛି। ଅନ୍ୟ ବିକଳ୍ପରେ ଗୋଟିଏ ମିନିଟ୍ ଏବଂ ୩୦ ମିନିଟ୍ ପରେ ହ୍ୱାଟ୍ସଆପ୍ ଆପେ ଆପେ ଲକ୍ ହୋଇଯିବାର ସୁବିଧା ରହିଛି।

ହ୍ୱାଟ୍ସଆପ୍ର ଏହି ଫିଙ୍ଗରପ୍ରିଣ୍ଟ ଫିଚରକୁ ଅନ୍ କରିବା ପରେ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ଆହୁରି ସୁରକ୍ଷିତ ରହିବ। ଏଣିକି ନିଜ ଫିଙ୍ଗରପ୍ରିଣ୍ଟରେ ଆପଣଙ୍କ ହ୍ୱାଟ୍ସଆପ୍ ଖୋଲିବ।

Comment