ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗଷ୍ଟ ୧୫ରେ ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ ହୋଇଛି। ରାଉରକେଲାରେ ଏଥର ସ୍ୱାଧୀନତା ଦିବସ ଏକ ଭିନ୍ନ ଢଙ୍ଗରେ ପାଳିତ ହୋଇଛି।

ଏହି ଅବସରରେ ପ୍ରାୟ ୧୦ କିଲୋମିଟର ଲମ୍ବର ଜାତୀୟ ପତାକା ପ୍ରଦର୍ଶିତ କରିଥିଲେ। ଆର୍‌ଏସ୍‌ପି ରିଂ ରୋଡର ମୋଟ ଦୂରତା ୧୫ କିଲୋମିଟରରୁ ଅଧିକ। ଅଗଷ୍ଟ ୧୫ରେ ଏହି ରିଂ ରୋଡର ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକା ଲାଗି ରହିଥିଲା। ‘ସ୍ମାଇଲ୍‌-ଫର୍‌ ଏଭର’ ସଂଗଠନ ପକ୍ଷରୁ ଆୟୋଜିତ ଏହି ତ୍ରିରଙ୍ଗା ହନୁମାନ ବାଟିକା ଛକରୁ ବାହାରି ସେକ୍ଟର-୨ ପର୍ଯ୍ୟନ୍ତ ପହଞ୍ଚିଥିଲା।

କାର୍ଯ୍ୟକ୍ରମ ପୂର୍ବରୁ ହନୁମାନ ବାଟିକା ଛକରେ ପତାକା ଉତ୍ତୋଳନ କରାଯାଇଥିଲା। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ସାରଦା ପ୍ରସାଦ ନାୟକ, ପୂର୍ବ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ସମେତ ସହରର ବହୁ ବିଶିଷ୍ଟ ଲୋକ ଉପସ୍ଥିତ ଥିଲେ।

Comment