ଓଡ଼ିଶାଲାଇଭ ବ୍ୟୁରୋ

ଟେରିଟୋରିଆଲ ଆର୍ମିର ଲେପ୍ଟନାମ୍ଟ କର୍ଣ୍ଣେଲ ମହେନ୍ଦ୍ର ସିଂହ ଧୋନି ଭାରତୀୟ ସେନା ସହ ୧୬ ଦିନର ତାଲିମ ଶେଷ କରିଛନ୍ତି। ଗୁରୁବାର ତାଲିମର ଶେଷ ଦିନରେ ଧୋନି ଲେହକୁ ଯାଇଥିଲେ। ସେଠାରେ ଏକ ସ୍କୁଲ ପରିଦର୍ଶନରେ ଯାଇ ପିଲାଙ୍କ ସହ କ୍ରିକେଟ ଖେଳିଥିଲେ।

ଏହାର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏଥିରେ ସେନା ପୋଷାକ ପିନ୍ଧି ଧୋନି କ୍ରିକେଟ ଖେଳୁଥିବାର ନଜର ଆସିଥିଲେ। ଏହାସହ ଧୋନି ଲଦାଖରେ ଏକ କ୍ରିକେଟ ଏକାଡେମି ଖୋଲିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ଜୁଲାଇ ୩୧ ତାରିଖରେ ଧୋନି ପାରା ଟିଏ ବାଟାଲିଅନ୍‌ରେ ଯୋଗ ଦେଇଥିଲେ। ଏହି ୧୬ ଦିନର ତାଲିମ ଶିବିରରେ ଧୋନି ଲଦାଖର ବିଭିନ୍ନ ସ୍ଥାନ ଗସ୍ତ କରିଥିଲେ।

Comment