ଓଡ଼ିଶାଲାଇଭ ବ୍ୟୁରୋ

ଘାଟିରୁ ଖସିଲା ଯାତ୍ରୀ ବାହୀ ବସ୍‌। ଫଳରେ ୩୦ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କୋଟଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ନିକଟସ୍ଥ ଡୁଡୁମା ଘାଟିରେ।

୫୦ରୁ ୬୦ ଜଣ ଯାତ୍ରୀଙ୍କୁ ନେଇ କୋଟଗଡ଼ରୁ ଜୁନଗଡ଼ ଯାଉଥିବା ‘ଦିପକ’ ନାମକ ଏକ ବସ୍‌ ଆଡାରି ନିକଟ ଡୁଡୁମା ଘାଟିରୁ ଖସିଲା ବେଳେ ଭାରସ୍ୟାମ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଏଥିରେ ୩୦ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ।

Comment