ଓଡ଼ିଶାଲାଇଭ ବ୍ୟୁରୋ

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭୁବନେଶ୍ଵରସ୍ଥିତ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨ଟି ଦାମୀ କାର୍‌, ୨ଟି ବାଇକ ଓ ଗୋଟିଏ ସାଇକେଲ ଜଳି ପାଉଁଶ ହୋଇଯାଇଛି। କେହି ଦୁର୍ବୃତ୍ତ ଏଭଳି କାଣ୍ଡ କରିଥିବାର ସନ୍ଦେହ କରାଯାଉଛି।

ବିଧାୟକ ବ୍ରଜ କିଶୋର ପ୍ରଧାନ ଗତକାଲି ରାତିରେ ଘରେ ନଥିବା ସମୟରେ ଘଟଣାଟି ଘଟିଛି। କେହି ଦୁର୍ବୃତ୍ତ ରାତି ପ୍ରାୟ ୨ଟା ବେଳେ ତାଙ୍କ ଘରେ ଥିବା ୪ଟି ଗାଡ଼ିରେ ନିଆଁ ଲଗେଇ ଦେଇଛନ୍ତି। ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଡିସିପି, ସ୍ପେଶାଲ ସ୍କ୍ଵାର୍ଡ, ସାଇଣ୍ଟିଫିକ୍‌ ଟିମ୍‌ ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Comment