ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ସଦର ଥାନା ପୋଲିସ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଖୁଡୁପି ନିକଟରେ ୨ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ  ଗିରଫ କରିଛି ପୋଲିସ। ଚାଲାଣକାରୀମାନେ ହେଲେ କଳାହାଣ୍ଡିର କୋକଶରା ଥାନା ଅନ୍ତର୍ଗତ ସରସିମାଲ ଗ୍ରାମର କୋକିଳ ବାଘ ଏବଂ ତେଣ୍ଡାପାଲ୍ଲି ଗ୍ରାମର ଜୁଗଳ ନାୟକ।

ଜୟପୁର ସଦର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସିଲଭର କଲର ବୋଲେରୋ ଗାଡ଼ି ଓଡି ୨୧ ଏଫ ୪୨୧୬ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜାତୀୟ ରାତପଥ ୩୨୬ର ଖୁଡୁପି ଛକ ନିକଟରେ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ କରି ୪ଟି ପ୍ୟାକେଟରେ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି।  ଚାଲାଣକାରୀଙ୍କୁ ଗିରଫ କରିବା ସହ ବେଲୋରୋ ଗାଡି, କିଛି ଟଙ୍କା, ମୋବାଇଲ ଜବତ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶିବ ଶଙ୍କର ସାହୁ କହିଛନ୍ତି।

Comment