ଓଡ଼ିଶାଲାଇଭ୍ ବ୍ୟୁରୋ

ବିନା ଟିକେଟ୍‌ରେ ବା ପାସ୍‌ରେ ମୋ ବସ୍‌ରେ ଗଲେ ଦେବାକୁ ହେବ ଜରିମାନା। ବିନା ଟିକେଟ୍‌ରେ ମୋ ବସ୍‌ରେ ଯାତ୍ରା କଲାବେଳେ ଯଦି ଧରାପଡ଼ନ୍ତି ତେବେ ସର୍ବନିମ୍ନ ୫୦୦ ଟଙ୍କା ଜରିମାନା ଦେବାକୁ ହେବ।

ଏହି ନିୟମ ସେପ୍ଟେମ୍ବର ପହିଲାରୁ ଲାଗୁ ହେବ। ଯେଉଁ ଯାତ୍ରୀ ବିନା ଟିକେଟ୍‌ରେ ମୋ ବସ୍‌ରେ ଯାତ୍ରା କରୁଥିବେ ଏବଂ ନୀରିକ୍ଷକଙ୍କ ଦ୍ୱାରା ଧରାପଡ଼ିଲେ ଟିକେଟ୍‌ର ମୂଲ୍ୟଠୁ ୧୦ ଗୁଣ ଭଡ଼ା ବା ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଏନେଇ ସିଆରୟୁଟି ପକ୍ଷରୁ କୁହାଯାଇଛି।

ବହୁଯାତ୍ରୀ ବିନା ଟିକେଟ୍‌ରେ କରୁଥିବା ବେଳେ ଭଡ଼ା ମାଗିଲେ ସେମାନେ ମୋ ବସ୍‌ କର୍ମଚାରୀଙ୍କୁ ପାଟି କରିଥା’ନ୍ତି।

ସିଆର୍‌ୟୁଟିର ପ୍ରଶାସନିକ ଅଧିକାରୀ ଦିପ୍ତି ମହାପାତ୍ର କହିଛନ୍ତି, ‘‘ମୋ’ ବସ୍‌ରେ ଯାତ୍ରା କଲାବେଳେ ଅନେକ ଯାତ୍ରୀ ଟିକେଟ୍‌ କରୁ ନାହାନ୍ତି। ଫଳରେ ସଂସ୍ଥାର ରାଜସ୍ୱ କ୍ଷତି ହେଉଛି। ଏବଂ ଆଗାମୀ ଦିନରେ ବିନା ଟିକେଟ୍‌ରେ ଯାଉଥିବା ଯାତ୍ରୀଙ୍କୁ ଦଣ୍ଡିତ କରାଯିବ।’’

କଟକ, ଭୁବନେଶ୍ୱରରେ ୨୦ଟି ରୁଟ୍‌ରେ ଦିନକୁ ୭୦ ହଜାର ଯାତ୍ରୀ ମୋ’ ବସ୍‌ରେ ଯାତ୍ରା କରୁଛନ୍ତି। ଏଥିପାଇଁ ୨୦୦ ବସ୍‌ ଚାଲିଛି।

Comment