ଓଡ଼ିଶାଲାଇଭ ବ୍ୟୁରୋ

ଏକ ହୋଣ୍ଡା ଶୋ’ରୁମ୍‌ରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଝାରସୁଗୁଡା ଜିଲ୍ଲା ବେହେରା ପାଟସ୍ଥିତ ଗଜରାଜ ହୋଣ୍ଡା ଶୋ’ରୁମ୍‌ରୁ ଶନିବାର ରାତିରେ ୧୦ ଲକ୍ଷ ଟଙ୍କା ଓ କିଛି ବାଇକ ପାଟ୍ସ ଚୋରି ହୋଇଛି। ଏନେଇ ଶୋ’ରୁମ୍‌ ମାଲିକ ଦିନେଶ ମୋଦି ରବିବାର ସକାଳେ ବିଟିଏମ ଫାଣ୍ଡିରେ ଅଭିଯୋଗ କଲାପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଛି।

୩ଦିନ ବ୍ୟାଙ୍କ ଛୁଟିଥିବାରୁ ସମସ୍ତ ଟଙ୍କା ଶୋ’ରୁମର କ୍ୟାଶ କାଉଣ୍ଟରରେ ରଖାଯାଇଥିଲା। କୌଣସି ସୂତ୍ରରୁ ଏହି ବିଷୟରେ ଖବର ପାଇ ଦୁବୃର୍ତ୍ତମାନେ ଶନିବାର ରାତିରେ ଗେଟ ତାଲା ଭାଙ୍ଗି ଶୋ’ରୁମ୍‌ରେ ଥିବା ଲକର ନେଇ ଫେରାର ହୋଇଯାଇଛନ୍ତି।

ଶନିବାର ଶୋ’ରୁମ୍‌ର ସପ୍ତାହିକ ଛୁଟି ଥିବାରୁ ଶୁକ୍ରାବାର ସଂଧ୍ୟା ପରେ କୌଣସି କର୍ମଚାରୀ ଏଠାରେ ନଥିଲେ। ହେଲେ ଶୋ’ରୁମରେ ଟଙ୍କା ରଖାଯାଇଥିବା ସୂଚନା କେହି ଜଣେ ପରିଚିତ ବ୍ୟକ୍ତି ଦେଇଛନ୍ତି। କାରଣ ଦୁବୃର୍ତ୍ତମାନେ କେବଳ କେଶିୟର କାଉଣ୍ଟରରେ ଥିବା ଲକର ନେଇଛନ୍ତି ଅନ୍ୟ ଲକରଗୁଡିକ ସୁରକ୍ଷିତ ଅଛି ବୋଲି ଶୋ’ରୁମ ମାଲିକ କହିଛନ୍ତି।

Comment