ଓଡ଼ିଶାଲାଇଭ ବ୍ୟୁରୋ

ବଦଳିବ ଦିଲ୍ଲୀର ଫିରୋଜଶାହା କୋଟଲା ଷ୍ଟାଡିୟମର ନାମ। ଏହା ବଦଳରେ ଷ୍ଟାଡିୟମର ନାମ ଅରୁଣ ଜେଟଲୀ ଷ୍ଟାଡିୟମ ରଖାଯିବ। ଏନେଇ ମଙ୍ଗଳବାର ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ(ଡିଡିସିଏ) ନିଷ୍ପତ୍ତି ନେଇଛନ୍ତି। ଏହି ଷ୍ଟାଡିୟମର ନୂଆ ନାଁ ୧୨ ସେପ୍ଟେମ୍ଵରରେ ଏକ ସମାରୋହରେ ପରିବର୍ତ୍ତନ କରାଯିବ।

ଏହାସହ ଏହି ଷ୍ଟାଡିୟମର ଏକ ଷ୍ଟାଣ୍ଡ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମରେ ରଖାଯିବ। ଯାହାକି ପୂର୍ବରୁ ଘୋଷଣା ହୋଇଥିଲା। ତେବେ ଡିଡିସିଏ ଆଜି ଫିରୋଜଶାହା କୋଟଲା ଷ୍ଟାଡିୟମର ନାମ ପରିବର୍ତ୍ତନ କରି ଦିଲ୍ଲୀ କ୍ରିକେଟ ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ଅରୁଣ ଜେଟଲୀଙ୍କ ନାମରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ସେପ୍ଟେମ୍ଵର ୧୨ରେ ହେବାକୁ ଥିବା ସମାରୋହରେ ଏହି ନାଁ ପରିବର୍ତ୍ତନ କରାଯିବ। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ ଓ କ୍ରିଡ଼ାମନ୍ତ୍ରୀ କିରଣ ରିଜ୍ଜୁ ଉପସ୍ଥିତ ରହିବେ।

Comment