ଓଡ଼ିଶାଲାଇଭ ବ୍ୟୁରୋ

ଦିଲ୍ଲୀସ୍ଥିତ ଫିରୋଜଶାହା କୋଟଲା ଷ୍ଟାଡିୟମର ନାଁ ଗୁରୁବାର ପରିବର୍ତ୍ତନ କରାଯାଇ ଅରୁଣ ଜେଟଲୀ ଷ୍ଟାଡିୟମ ରଖାଯାଇଛି। ଏବେ ଏହା ଅରୁଣ ଜେଟଲୀ ଷ୍ଟାଡିୟମରେ ଜଣାଯିବ। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡର ନାଁ ବିରାଟ କୋହଲି ରଖାଯାଇଛି। ନୂଆ ନାମକରଣ ସମାରୋହରେ ଗୃହମନ୍ତ୍ରୀ ଅମିତ ଶାହ ଓ କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍ଜୁ ଉପସ୍ଥିତ ଥିଲେ।

ପୂର୍ବରୁ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ(ଡିଡିସିଏ) ଏହି ନାମ ପରିବର୍ତ୍ତନ କରାଯିବ ବୋଲି ଘୋଷଣା କରିଥିଲା। ଏହି ସମାରୋହରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସମେତ କୋଚ ରବି ଶାସ୍ତ୍ରୀ ଓ ଅନ୍ୟ ଭାରତୀୟ ଖେଳାଳି ଉପସ୍ଥିତ ରହିଥିଲେ।

ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ମ୍ୟାଚ ଖେଳିବା ପୂର୍ବରୁ ଭାରତୀୟ ଦଳ ଏଠାରେ ଉପସ୍ଥିତ ରହିଛନ୍ତି। ଦଳ ତା’ର ପ୍ରଥମ ଟେଷ୍ଟ ଧର୍ମଶାଳାରେ ଖେଳିବ। ଏହାପରେ ୧୮ରେ ଦ୍ଵିତୀୟ ଓ ୨୨ ତୃତୀୟ ଟି-୨୦ ଖେଳିବ ଭାରତ।

ଅଗଷ୍ଟ ୨୪ ତାରିଖରେ ଅରୁଣ ଜେଟଲୀଙ୍କ ଦେହାନ୍ତ ହୋଇଥିଲା। ସେ ଡିଡିସିଏର ଅଧ୍ୟକ୍ଷ ଓ ବିସିସିଆଇର ଉପାଧ୍ୟକ୍ଷ ରହିଥିଲେ। ଷ୍ଟାଡିୟମର ଆଧୁନିକରଣ ବ୍ୟବସ୍ଥା ପାଇଁ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି।

Comment