ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଦଳିଲା ଐତିହାସିକ ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ। ଗୁରୁବାର ଏହି ଷ୍ଟାଡିୟମର ନାଁକୁ ବଦଳାଇ ଅରୁଣ ଜେଟଲୀ ଷ୍ଟାଡିୟମ ନାମରେ ନାମିତ କରାଯାଇଛି। ସେହିପରି ଷ୍ଟାଡିୟର ପ୍ଲେୟର୍ସ ପାଭିଲିୟନ ଷ୍ଟାଣ୍ଡକୁ ବିରାଟ କୋହଲିଙ୍କ ନାଁ ଦିଆଯାଇଛି।

ଦିଲ୍ଲୀ ଜବାହରଲାଲ ନେହରୁ ଷ୍ଟାଡିୟରେ ଆୟୋଜିତ ହୋଇଥିବା ଏହି ନାମକରଣ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ, କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍ଜୁ, ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି, ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ତଥା ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ଉପସ୍ଥିତ ଥିଲେ।

ଅରୁଣ ଜେଟ୍‌ଲୀଙ୍କ ନିଧନ ପରେ କୋଟଲା ଷ୍ଟାଡିୟମର ନାଁ ଅରୁଣ ଜେଟଲୀ ଷ୍ଟାଡିୟମ ହେବ ବୋଲି ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ପକ୍ଷରୁ କୁହାଯାଇଥିଲା। ଗୁରୁବାର ଏହାର ନାମକରଣ ହୋଇଛି। ଏବେଠୁ କୋଟ୍‌ଲା ଷ୍ଟାଡିୟମକୁ ଅରଉଣ ଜେଟ୍‌ଲୀ ଷ୍ଟାଡିୟମ ନାମରେ ସମ୍ବୋଧନ କରାଯିବ।

ଦକ୍ଷିଣ ଆଫ୍ରିକା ବିପକ୍ଷ ୩ଟିକିଆ ଟି-୨୦ ସେପ୍ଟେମ୍ଵର ୧୫ରୁ ଆରମ୍ଭ ହେବ। ଧର୍ମଶାଳାରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟି-୨୦ ପୂର୍ବରୁ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ଆଜିର କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ।

Comment