ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତାରେ ଭାରତୀୟ କ୍ରିକେଟ ଟିମ୍‌ ପେସ୍‌ ବୋଲର ଯଶପ୍ରିତ୍‌ ବୁମ୍ରା ଟପ୍‌ ୧୦ରେ ପହଞ୍ଚିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଏହି ଆଇସିସି ରାଙ୍କିଙ୍ଗ୍‌ର ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି ବୁମ୍ରା।

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ପାଳିରେ ବୁମ୍ରା ଘାତକ ବୋଲିଂ କରି ମାତ୍ର ୭ ରନ୍‌ ଦେଇ ନିଜସ୍ୱ ୫ଟି ୱିକେଟ୍ ସଂଗ୍ରହ କରିଥିଲେ। ଫଳରେ ଟିମ୍‌ ଇଣ୍ଡିଆ ଆଇସିସି ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା। ଏଥିସହିତ ଆସିସି ରାଙ୍କିଙ୍ଗ୍‌ର ୧୬ତମ ସ୍ଥାନରେ ଥିବା ବୁମ୍ରା ସିଧା ସପ୍ତମରେ ପହଞ୍ଚିଛନ୍ତି।

ସେହିପରି ଅଷ୍ଟ୍ରେଲିଆ, ଇଂଲଣ୍ଡ, ସାଉଥ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ଟି ୱିକେଟ୍ ନେବାରେ ବୁମ୍ରା ପ୍ରଥମ ଭାରତୀୟ ଖେଳାଳୀ ହୋଇପାରିଛନ୍ତି।

ଅନ୍ୟପକ୍ଷରେ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ମ୍ୟାନ୍ୟତାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।

Comment