ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ବିବାହ ବନ୍ଧରେ ବାନ୍ଧି ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଦ୍ରୁତତମ ବୋଲର ଜସପ୍ରୀତ୍ ବୁମ୍ରା। କ୍ରୀଡ଼ା ଉପସ୍ଥାପିକା ସଞ୍ଜନା ଗଣେଶନଙ୍କ ହାତ ଧରିଛନ୍ତି ବୁମ୍ରା। ଗୋଆର ଏକ ଗୁରୁଦ୍ୱାରରେ ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । କିଛି ସମୟ ପୂର୍ବରୁ ବୁମ୍ରା ତାଙ୍କର ବାହାଘର ଫଟୋ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, ‘ଆଜି ହେଉଛି ଆମ ପାଇଁ ଏକ ଖୁସିର ଦିନ। ଆଜିଠାରୁ ଆମେ ଏକାଠି ନୂଆ ଯାତ୍ରା ଆରମ୍ଭ କରିଛୁ। ଆମ ବିବାହର ଖବର ଆପଣମାନଙ୍କୁ ଦେଇ, ବେଶ ଖୁସି ଅନୁଭବ କରୁଛୁ।’

ସେୟାର କରିଥିବା ଗୋଟିଏ ଫଟୋରେ ଉଭୟ ବର ଓ ବଧୂ ବେଶରେ ବେଦୀରେ ବସିଛନ୍ତି। ଅନ୍ୟ ଫଟୋଟିରେ ବେଦୀରେ ଫେରେ ନେଉଛନ୍ତି ବୁମ୍ରା ଦମ୍ପତି। ସୋସିଆଲ ମିଡିଆରେ ଏହି ଫଟୋ ସେୟାର ହେବାପରେ ସମସ୍ତେ ଶୁଭେଚ୍ଛା ଜଣାଇବାରେ ଲାଗିପଡ଼ିଛନ୍ତି।

ସଞ୍ଜନା ହେଉଛନ୍ତି ଜଣେ କ୍ରୀଡ଼ା ଉପସ୍ଥାପିକା। ପୂର୍ବରୁ ସେ ମଡେଲର୍ ବି ରହିଆସିଛନ୍ତି। ୨୦୧୩ ରେ ସେ ଫେମିନା ଗର୍ଜିଅସ୍ ଟାଇଟଲ ଜିତିଥିଲେ। ଏମଟିଭିର ଏକ ରିଅଲିଟି ସୋ ସ୍ପିଲିଟ୍ସ ଭିଲ୍ଲାରେ ସେ ଡେବ୍ୟୁ କରିଥିଲେ। କିଛି ଦିନ ବୁମ୍ରାଙ୍କୁ ଡେଟିଂ କରିବାପରେ, ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

Comment