ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭରୀତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ୟର୍କର ବୋଲର ଜସ୍‌ପ୍ରୀତ୍‌ ବୁମ୍‌ରା ଆଉ ଏକ ରେକର୍ଡ ହାସଲ କରିଛନ୍ତି। ଦିନିକିଆ କ୍ରିକେଟ୍‌ରେ ବୁମ୍‌ରା ୧୦୦ ୱିକେଟ୍ କ୍ଲବ୍‌ରେ ପହଞ୍ଚିଛନ୍ତି। ପୂର୍ବରୁ ଦିନିକିଆ କ୍ରିକେଟ୍‌ରେ ବୁମ୍‌ରା ୫୬ଟି ମ୍ୟାଚ୍‌ ଖେଳି ୯୯ ୱିକେଟ୍ ସଂଗ୍ରହ କରିଥିଲେ। ତେବେ ଆଜିର ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ବୁମ୍‌ରା ପ୍ରଥମ ୱିକେଟ୍ ନେଇ ୧୦୦ ୱିକେଟ୍ କ୍ଲବ୍‌ରେ ସାମିଲ ହୋଇଛନ୍ତି।

କ୍ରିକେଟ୍‌ ବିଶ୍ୱକପ୍‌ରେ ଆଜି ଶ୍ରୀଲଙ୍କାକୁ ଭେଟିଛି ଭାରତ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଟିମ୍‌ର ପ୍ରଥମ ୱିକେଟ୍ ନେଇଥିଲେ ବୁମ୍‌ରା। ବୁମ୍‌ରାଙ୍କ ୟର୍କରରେ ଶ୍ରୀଲଙ୍କା ଟିମ୍‌ ଓପନର ଦିମଥ୍‌ କରୁଣାରତ୍ନେ ଘାଇଲା ହୋଇ ୱିକେଟ୍ କିପର ଧୋନିଙ୍କୁ କ୍ୟାଚ ଦେଇଥିଲେ। ଏହାପରେ କ୍ୟାଚ୍‌ଆଉଟ୍‌ ହୋଇ ମାତ୍ର ୧୦ ରନ୍‌ରେ ପାଭିଲିୟନ୍‌ ଫେରିଥିଲେ। ଠିକ୍ ସେହିପରି କୁଶଳ ପରେରାଙ୍କୁ ମଧ୍ୟ ବୁମ୍‌ରା ଆଉଟ୍‌ କରି ପାଭିଲିୟନ୍‌ ପଠାଇଥିଲେ।

ଜସପ୍ରୀତ୍‌ ବୁମ୍‌ରା ବର୍ତ୍ତମାନ ପର୍ଯ୍ୟନ୍ତ ୧୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୯ଟି ୱିକେଟ୍ ସଂଗ୍ରହ କରିଥିବା ବେଳେ ୪୨ଟି ଟି-୨୦ ମ୍ୟାଚ୍‌ ଖେଳି ୫୧ଟି ୱିକେଟ୍ ନେବାରେ ସକ୍ଷମ ହୋଇଛନ୍ତି। ଆଜି ସେ ଦିନିକିଆ କ୍ରିକେଟ୍‌ରେ ୧୦୦ ୱିକେଟ୍  କ୍ଲବରେ ପହଞ୍ଚିଛନ୍ତି। ବୁମ୍‌ରା ଦ୍ୱିତୀୟ ଦ୍ରୁତତମ ଭାରତୀୟ ଖେଳାଳି ଭାବେ ଏହି ରେକର୍ଡ ହାସଲ କରିଛନ୍ତି। ବୁମ୍‌ରାଙ୍କ ଉପରେ ରହିଛନ୍ତି ମହମ୍ମଦ ସାମି।

Comment