ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 

ସୋସିଆଲ ମିଡ଼ିଆରେ ପୁଣି ଭାଇରାଲ ହୋଇଛି ରାନୁ ମଣ୍ଡଳଙ୍କ ନୂଆ ଭିଡ଼ିଓ। ପ୍ରଥମେ ରେଳ ଷ୍ଟେସନ ଓ ପରେ ପରେ ହିମେଶ ରେଶମିଆଁଙ୍କ ସହ ଗୀତ ଗାଇ ଚର୍ଚ୍ଚାରେ ଅଛନ୍ତି ରାନୁ ମଣ୍ଡଳ।

ରାନୁଙ୍କ ଏହି ନୂଆ ଭିଡ଼ିଓରେ ସେ ଲତା ମଙ୍ଗେସକରଙ୍କ ଗୀତ ‘ଡଫଲି ୱାଲେ ଡଫଲି ବଜା’ ଗୀତ ଗାଉଛନ୍ତି।  ଏହି ଗୀତରେ ତାଙ୍କର ମିଠା ସ୍ୱରର ଗୀତ ସମସ୍ତଙ୍କୁ ପସନ୍ଦ ଆସିଛି।

ଲତାଙ୍କ ଏହି ଗୀତଟି ବଲିଉଡ୍ ଫିଲ୍ମ ‘ସରଗମ’ର , ଏହି ଫିଲ୍ମଟି ୧୯୭୯ ମସିହାରେ ମୁକ୍ତିଲାଭ କରିଥିଲା। ଏହି ଗୀତରେ ଲତା ମଙ୍ଗେସକରଙ୍କ ସହ ମହମ୍ମଦ ରଫି କଣ୍ଠଦାନ କରିଥିଲେ। ଏଥିସହ ସଙ୍ଗୀତ ନିର୍ଦେଶନା ଦେଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍।

ବଲିଉଡର ହିମେଶ ରେଶମିଆଁଙ୍କ ଆଗାମୀ ଫିଲ୍ମ ‘ହାପି ହାର୍ଡି ଅର୍‌ ହିର’ରେ ଗୀତ ଗାଇବା ପରେ ରାନୁଙ୍କର ଏହି ନୂଆ ଭିଡ଼ିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଗୀତରେ ସେ ଗୋଟିଏ ସ୍ଥାନରେ ବସି ଗୀତ ଗାଉଥିବା ବେଳେ ତାଙ୍କ ଗୀତକୁ ଶୁଣିବା ପାଇଁ ତାଙ୍କ ଚାରିପଟରେ ଲୋକମାନେ ଠିଆ ହୋଇଛନ୍ତି।

ନିଜର ନିଆରା କଣ୍ଠସ୍ୱର ପାଇଁ ସେ ଏବେ ସୋସିଆଲ୍ ମିଡ଼ିଆରେ ପରିଚିତ ଲୋକ ହୋଇଯାଇଛନ୍ତି।

Comment