ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଟରନେଟ ସେନସେସନ୍‌ ରାନୁ ମଣ୍ଡଳ ଗୋଟିଏ ଗୀତରେ ଶ୍ରୋତାଙ୍କୁ ଦିଓ୍ୱାନା କରିଥିଲେ। ରେଳ ଷ୍ଟେସନରୁ ଷ୍ଟାର ହୋଇଥିବା ରାନୁ ଖୁବଶୀଘ୍ର ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ମେଲୋଡିୟସ ଗୀତ ନେଇ ଆସୁଛନ୍ତି।

ଏହି ଗୀତ ହେଉଛି ‘କେହ ରହି ହୈ ନଜଦିକିଆଁ’। ଏହି ଗୀତରେ ବଲିଉଡର ଲୋକପ୍ରିୟ ସିଙ୍ଗର୍‌ ଉଦିତ ନାରାୟଣ, ହିମେଶ ରେଶମିଆଁ କଣ୍ଠଦାନ କରିଛନ୍ତି।  ଗୀତ ରେକର୍ଡିଂ ସମୟର ଏକ ଭିଡିଓ ହିମେଶ ତାଙ୍କ ଇନଷ୍ଟାଗ୍ରମରେ ପୋଷ୍ଟ କରିଛନ୍ତି। ଗୀତଟି ହିମେଶଙ୍କ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହୀର’ର ଏକ ରୋମାଣ୍ଟିକ ଗୀତ।

ଏହି ଭିଡିଓକୁ ଦେଖି ଫ୍ୟାନ୍ସମାନେ ପୂରା ଗୀତ ଶୁଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହାପୂର୍ବରୁ ରାନୁଙ୍କ ‘ତେରୀ ମେରୀ’ ଗୀତକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

Comment