ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହିମେଶ ରେଶମିଆଁଙ୍କ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହିର୍‌’ର ପ୍ରଥମ ଗୀତ ‘ତେରୀ ମେରୀ କାହାନୀ’ ରିଲିଜ ହୋଇଛି। ଏହି ଗୀତକୁ ସୋସିଆଲ ମିଡିଆ ସେନସେସନ୍‌ ରାନୁ ମଣ୍ଡଳ ଓ ହିମେଶ ରେଶମିଆଁ ଗାଇଛନ୍ତି।

ଏହି ଗୀତଟି ରିଲିଜ ପୂର୍ବରୁ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ୟୁଟ୍ୟବ୍‌, ଫେସବୁକ୍‌, ଟିକ୍‌ଟକ୍‌ରେ ଏହି ଗୀତ ଧମାଲ ମଚାଇ ଥିଲା।

ବୁଧବାର ଏକ ଗ୍ରାଣ୍ଡ ଇଭେଣ୍ଟରେ ଏହି ଗୀତକୁ ଲଞ୍ଚ୍ ରିଲିଜ କରାଯାଇଛି। ଏହି ଅବସରରେ ହିମେଶ ଭାବୁକ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଗୀତକୁ ଟିପ୍ସ ଫିଲ୍ମ ଆଣ୍ଡ ମ୍ୟୁଜିକର ୟୁଟ୍ୟବ୍‌ ଚ୍ୟାନେଲରେ ରିଲିଜ କରାଯାଇଛି।

Comment