ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ୩ ବର୍ଷ ମଧ୍ୟରେ ଭାରତରେ ଆଉ ୭୫ଟି ମେଡିକାଲ କଲେଜ ଖୋଲିବ। ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି।
ବୁଧବାର କେନ୍ଦ୍ର କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଦେଶରେ ସ୍ୱାସ୍ଥ୍ୟସେବାକୁ ସୁଚାରୁ ରୂପେ ଯୋଗାଇ ଦେବା ପାଇଁ ଆଉ ୭୫ଟି ମେଡିକାଲ କଲେଜ ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶରେ ପଛୁଆ ଥିବା ଜିଲ୍ଲାଗୁଡ଼ିକରେ ଏହି ମେଡିକାଲ କଲେଜ ଖୋଲିବ।

ଆସନ୍ତା ୩ ବର୍ଷ ମଧ୍ୟରେ ଏହି ନୂଆ ମେଡିକାଲ କଲେଜଗୁଡ଼ିକୁ ନିର୍ମାଣ କରାଯିବ। ଏଥିପାଇଁ ମୋଟ ୨୪ ହଜାର ୩୭୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ନୂଆ ୭୫ଟି ମେଡିକାଲ କଲେଜରେ ୧୫ ହଜାର ୭୦୦ ଏମ୍ବିବିଏସ୍ ସିଟ୍ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି।


















