ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଧମକ ପରେ ଭାରତ ପାଇଁ ଏୟାରସ୍ପେସ୍ ବନ୍ଦ କଲା ପାକିସ୍ତାନ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ମୁଣ୍ଡ ଖରାପ ହୋଇଯାଇଛି। ପ୍ରତିଦିନ ପାକିସ୍ତାନ ଭାରତକୁ ନୂଆ ନୂଆ ଧମକ ଦେଉଛି। ପରମାଣୁ ଯୁଦ୍ଧର ଧମକ ପରେ ବୁଧବାର ପାକିସ୍ତାନ ଇଣ୍ଟରନ୍ୟାସନାଲ ଫ୍ଲାଇଟ ପାଇଁ  ଏୟାରସ୍ପେସ୍‌ ବନ୍ଦ କରିଛି। ବର୍ତ୍ତମାନ କରାଚୀରୁ ୩ଟି ରୁଟ୍‌ରେ ବିମାନ ଚଳାଚଳ ବନ୍ଦ କରିଛି ପାକିସ୍ତାନ।

ଚନ୍ଦ୍ରର ତୃତୀୟ କକ୍ଷରେ ଚନ୍ଦ୍ରଯାନ ୨

ଭାରତର ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା ଇସ୍ରୋକୁ ମିଳିଛି ଆଉ ଏକ ସଫଳତା। ବୁଧବାର ସକାଳେ ଚନ୍ଦ୍ରଯାନ ୨ ସଫଳତା ପୂର୍ବକ ଚନ୍ଦ୍ରର ତୃତୀୟ କକ୍ଷରେ ପ୍ରବେଶ କରିଛି।

ଏବେ ନଅଶହ ବର୍ଷ ପୁରୁଣା ଏମାର୍‌ ମଠ ପାଳି – ବୁଲିଲା ବୁଲଡୋଜର୍‌

ପୁରୀ ଶ୍ରୀମନ୍ଦିର ଉତ୍ତର ପାର୍ଶ୍ଵରେ ଥିବା ଲଙ୍ଗୁଳି ମଠ ମାଟିରେ ମିଶିବା ପରେ ଏବେ ଐତିହାସିକ ଏମାର ମଠର ପାଳି। ବଡ଼ଦାଣ୍ଡରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଉତ୍ତର ପାଶ୍ୱର ଥିବା ଲଙ୍ଗୁଳି ମଠ ଜେସିବି ମାଡ଼ରେ ମାଟିରେ ମିଶିଛି। ଏବେ ଏମାର ମଠକୁ ବୁଲଡୋଜର ଲଗାଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏମାର ମଠ ସହ ଏହି କୋଠାରେ ଥିବା ୧୦୦ ବର୍ଷର ପୁରୁଣା ରଘୁନନ୍ଦନ ଲାଇବ୍ରେରୀ ମଧ୍ୟ ଭାଙ୍ଗିବ।

ଏଟିଏମ୍‌ ନେଣଦେଣ ଉପରେ କଟକଣା: ୬ ଘଣ୍ଟା ମଧ୍ୟରେ ଦୁଇ ଥର ଉଠାଇ ପାରିବେ ନାହିଁ ଟଙ୍କା

ପ୍ରତି ଏଟିଏମ୍‌ ନେଣଦେଣ ମଧ୍ୟରେ ୬ ରୁ ୧୨ ଘଣ୍ଟାର ଅନ୍ତର ରଖିବା ପାଇଁ ଦିଲ୍ଲୀ ଷ୍ଟେଟ୍‌ ଲେବଲ୍‌ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି। ଅର୍ଥାତ ଏଟିଏମରୁ ଥରେ ଟଙ୍କା ଉଠାଇବାର ୬ ଘଣ୍ଟା ପରେ ହିଁ ଜଣେ ଗ୍ରାହକ ଦ୍ୱିତୀୟ ଥର ଟଙ୍କା ଉଠାଇବା ପାଇଁ ସମର୍ଥ ହେବ।

ସରକାରଙ୍କ ସପକ୍ଷରେ ରାହୁଲ – କହିଲେ କଶ୍ମୀର ମାମଲାରେ ପାକିସ୍ତାନ ମୁଣ୍ଡ ନଖେଳାଉ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମୁହଁ ଖୋଲିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଥିବା ରାହୁଲ ପ୍ରଥମ ଥର ପାଇଁ କଶ୍ମୀର ପ୍ରସଙ୍ଗରେ ପରୋକ୍ଷରେ ସରକାରଙ୍କ ସପକ୍ଷରେ ବାହାରିଛନ୍ତି।

ବିଦ୍ୟାର୍ଥୀ ପରୀକ୍ଷାରେ ଖରାପ ପ୍ରଦର୍ଶନ କଲେ ପ୍ରଧାନ ଶିକ୍ଷକଙ୍କ ବଢ଼ିବନି ଦରମା  

ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟ ପାଇଁ କଠୋର ହେଲେ ରାଜ୍ୟ ସରକାର। ଶୂନ ଫଳ ରଖିଥିବା ଓ ୫୦ ପ୍ରତିଶତରୁ କମ ରେଜଲ୍ଟ କରିଥିବା ସ୍କୁଲ ପ୍ରଧାନ ଶିକ୍ଷକଙ୍କ ବାର୍ଷିକ ବେତନ ବୃଦ୍ଧି ହେବ ନାହିଁ। ସମସ୍ତ ସରକାରୀ ସ୍କୁଲ, ଅନୁଦାନପ୍ରାପ୍ତ , ଉନ୍ନୀତ ବିଦ୍ୟାଳୟ ପାଇଁ ଏହି ନିୟମ ଲାଗୁ ହେବ।

ମାଲକାନଗିରି: ମାଓ ଗୁଳିରେ ଜଣେ ଯବାନ ସହିଦ

ମାଲକାନଗିରିରେ ମାଓ ଗୁଳିରେ ଜଣେ ଯବାନ ସହିଦ ହୋଇଥିଲା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯବାନଙ୍କ ଖଇରପୁଟ ମେଡିକାଲରେ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ସଂପୃକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

Comment