ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀର ଉପରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଭାରତକୁ ବଡ଼ ସମର୍ଥନ କରିଛି ସୋଭିଏତ୍‌ ୠଷ। ସଂଯୁକ୍ତ ରାଷ୍ଟ ଏବଂ ଆମେରିକା ପରେ ବର୍ତ୍ତମାନ ଋଷ ମଧ୍ୟ ଭାରତର ଏହି ପଦକ୍ଷେପକୁ ସ୍ୱାଗତ କରିଛି। ଏହା ଭାରତର ଅଭ୍ୟନ୍ତରୀଣ ମାମଲା ବୋଲି କହିଛନ୍ତି ଋଷ ରାଷ୍ଟ୍ରଦୂତ ନିକୋଲାଇ କୁଦାଶେବ।

ଋଷିଆ ରାଷ୍ଟ୍ରଦୂତ ନିକୋଲାଇ କୁଦାଶେବ କହିଛନ୍ତି, “କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯେଉଁ ବିବାଦ ଚାଲିଛି, ଏହାକୁ ସିମ୍‌ଲା ଏବଂ ଲାହୋର ଚୁକ୍ତି ଅନୁଯାୟୀ ସମାଧାନ କରିବା ଉଚିତ। ତେବେ କଶ୍ମୀର ଉପରୁ ଧାରା ୩୭୦ ଉଚ୍ଛେଦରେ ଭାରତକୁ ଋଷ ସମର୍ଥନ କରୁଛି।”

କେନ୍ଦ୍ର ସରକାର ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିଥିଲେ। ଏଥିସହ ଜମ୍ମୁ କଶ୍ମୀରକୁ ବିଭାଜନ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ପଦକ୍ଷେପକୁ ସମସ୍ତେ ସ୍ୱାଗତ କରୁଥିବା ବେଳେ ପାକିସ୍ତାନ ଏହାକୁ ନେଇ ବିଶ୍ୱ ଦରବାରରେ ଭାରତର ନିନ୍ଦା କରୁଛି।

LEAVE A REPLY

Please enter your comment!
Please enter your name here