ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟ ଆସନ୍ତା ଦୁଇ ଦିନ ବନ୍ଦ ରହିବ। ଆସନ୍ତକାଲି ରବିବାର ଏବଂ ସୋମବାର ଦିନ ଗଣେଶ ପୂଜା ପଡୁଥିବାରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି।

ଏହି ଦୁଇ ଦିନ ଏମାର ମଠରେ ଥିବା ମନ୍ଦିର ଏବଂ ବାକି କୋଠରୀର ଯାଞ୍ଚ କରାଯିବ। ସ୍ୱତନ୍ତ୍ର ଟିମ୍‌ ଏହାର ଯାଞ୍ଚ କରିବେ।

ଗତ ସପ୍ତାହେ ଧରି ପୁରୀରେ ଚାଲିଥିଲା ଉଚ୍ଛେଦ କାର୍ଯ୍ୟ। ପ୍ରଥମେ ମେଘନାଦ ପାଚେରୀକୁ ଜବରଦଖଲମୁକ୍ତ କରିବା ପରେ ପ୍ରଶାସନ ଲଙ୍ଗୁଳି ମଠ ଉଚ୍ଛେଦ କରିଥିଲା। ପରେ ମଙ୍ଗୁ ମଠ ଉଚ୍ଛେଦ କରିଥିଲା। ଗତ ତିନି ଦିନ ହେଲା ଐତିହାସିକ ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା।

ରଘୁନନ୍ଦନ ପାଠାଗାର ସମେତ ଖଜା ପଟି ଏବଂ ବଣିଆ ପଟିକୁ ବୁଲ୍‌ଡୋଜର ମାଟିରେ ମିଶାଇବା ପରେ ଏମାର ମଠ ମୂଳଗାଦିରେ ଚାଲିଥାନ୍ତା ବୁଲ୍‌ଡୋଜର। ହେଲେ ମଠ ମହନ୍ତ ଗାଦି ଛାଡୁ ନଥିବାରୁ ପ୍ରଶାସନ ଅଡୁଆରେ ପଡ଼ିଛି। ମଙ୍ଗଳବାରଠୁ ପୁଣି ଉଚ୍ଛେଦ କାର୍ଯ୍ୟ ଚାଲିବ।

Comment