ଓଡ଼ିଶାଲାଇଭ ବ୍ୟୁରୋ

ରାୟଗଡ଼ା ସହରରେ ଥିବା ୧୮ନମ୍ବର ୱାର୍ଡର କସ୍ତୁରୀ ନଗରରେ ନୂତନ ଭାବେ ଖୋଲାଯିବାକୁ ଥିବା ବିଦେଶୀ ମଦ ଦୋକାନକୁ ବନ୍ଦ କରିଛନ୍ତି ଜିଲ୍ଲା ପ୍ରଶସାନ। ପୂର୍ବରୁ ବାରମ୍ଵାର ଏନେଇ ଅଭିଯୋଗ କରାଯାଇଥିଲା ବେଳେ ଏଥର ଉଚିତ୍‌ ପଦକ୍ଷେପ ନେଇଛନ୍ତି  ଜିଲ୍ଲା ପ୍ରସାସନ ବୋଲି ସାହି ଲୋକ କହିଛନ୍ତି।

କସ୍ତୁରୀ ନଗରରେ ବିଭିନ୍ନ ସ୍କୁଲ, ମନ୍ଦିର ଓ ବ୍ୟାଙ୍କ ରହିଛି। ସାହିରେ ବିଦେଶୀ ମଦ ଦୋକାନ କରିଲେ କସ୍ତୁରୀ ନଗର ବାସିନ୍ଦାଙ୍କୁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଥିଲା। ଗତ ଦିନ ତଳେ କସ୍ତୁରୀ ନଗରରେ ଗୋଟିଏ କଲେଜ ଛାତ୍ରଙ୍କୁ ହତ୍ୟା କରାଯାଇଥିଲା ଯାହାକୁ ନେଇ ଭୟରେ ରହୁଛନ୍ତି ସାହି ଲୋକ। ଏବେ ପୁଣି ଗ୍ରାମରେ ମଦ ଦୋକାନ ହେଲେ ଲୋକମାନେ ଅନେକ ଅନେକ ବିପଦର ସମ୍ମୁଖୀନ ହେବାର ଆଶଙ୍କା ରହିଥିଲା।

ଗ୍ରାମରେ ମଦ ଦୋକାନ ବନ୍ଦକୁ ନେଇ ଗତ ଫେବ୍ରୃଆରୀ ୭ ତାରିଖରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇଥିଲେ କସ୍ତୁରୀ ନଗର ସାହି ବାସିନ୍ଦା। ଏହାପରେ ଫେବ୍ରୃଆରୀ ୯ ତାରିଖରେ ସାହିକୁ ଅନୁସନ୍ଧାନ ନିମନ୍ତେ ପହଞ୍ଚିଥିଲେ ଏକ୍ସସାଇଜ଼ ଟିମ। ସାହି ବାସିନ୍ଦା ମଦ ଦୋକାନ ରୋଧ କରିବା ନେଇ କହିଥିଲେ।

ବର୍ତ୍ତମାନ ପୁଣି ମଦ ଦୋକାନ ଖୋଲିବା ଖବର ପାଇ ଅଗଷ୍ଟ ୨୭ ତାରିଖରେ ଜିଲ୍ଲାପାଳଙ୍କୁ ଭେଟିଥିଲେ ସାହି ବାସିନ୍ଦା। ତେବେ ତେବେ ଅଞ୍ଚଳବାସୀଙ୍କ ସୁରକ୍ଷା ନିମନ୍ତେ ମଦ ଦୋକାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲା ପ୍ରଶାସନ।

Comment