ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାର ଟେକ୍ସାସରେ ଗୁଳିକାଣ୍ଡ  ଘଟିଛି। ଆଖିବୁଜା ଗୁଳି ଚାଳନାରେ ୫ ମୃତ୍ୟୁ ଓ ୨୧ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସଙ୍କ କହିବାନୁଯାୟୀ, ଗତ ଶନିବାର ଜଣ ବନ୍ଧୁକଧାରୀ ପ୍ରଥମେ ଏକ ଟ୍ରକକୁ ହାଇଜାକ କରିବା ପରେ ଅତର୍କିତ ଗୁଳି ବର୍ଷଣ କରିଥିଲା।

ମିଡଲ୍ୟାଣ୍ଡ ଓଡେଶା ଇଲାକାରେ ଦୁର୍ବୃତ୍ତ ଗାଡ଼ି ଭିତରେ ଥାଇ ଗୁଳିମାଡ଼ କରିଥିଲା ବୋଲି ଖବର ମିଳିଛି। ସିନଜେରୀ ମୁଭି ଥିଏଟର ନିକଟରେ ଏହି ଅଭାବନୀୟ ଘଟଣା ଘଟିଥିବାବେଳେ ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିଲେ। ଏଥିରେ ବନ୍ଧୁକଧାରୀର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ଏହି ଗୁଳିମାଡରେ ୩ ଜଣ ସେନା ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ସେପଟେ ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗତ ଅଗଷ୍ଟରେ ଆମେରିକାର ଟେକସାସ ତଥା  ଓହାଇୟୋର ଭିନ୍ନ ଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଘଟି ୨୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଟେକ୍ସାସ ଘଟଣାରେ  ୨୪ ଘଣ୍ଟା ସମୟ ଧରି ଗୁଳି ଚାଳନା କରାଯାଇଥିବାବେଳେ ଘଟଣାର ତଦନ୍ତ ଲାଗି ଆମେରିକାର ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି।

Comment