ଓଡ଼ିଶାଲାଇଭ୍ ବ୍ୟୁରୋ

କଶ୍ମୀରରେ ତିଆରି ହେବ ୧୦୦ ନୂଆ ହୋଟେଲ। ଆମେରିକା, ସିଙ୍ଗାପୁର, ଜର୍ମାନୀ ଏବଂ ଫ୍ରାନ୍ସରେ ରହୁଥିବା ପ୍ରବାସୀ ଭାରତୀୟମାନେ ଏହି ହୋଟେଲ ନିର୍ମାଣ କରିବେ। ଏନେଇ ସୂଚନା ଦେଇଛନ୍ତି ଓସିଆଇ ଇନ୍‌ଭେଷ୍ଟର ଫୋରମ୍‌ର ଅଧ୍ୟକ୍ଷ ବି କେ ମୋଦି।

ଏହି ହୋଟେଲ ନିର୍ମାଣରେ ୧୦ ହଜାର କୋଟି ଟଙ୍କା ନିବେଶ କରାଯିବ ବୋଲି ବି କେ ମୋଦି କହିଛନ୍ତି।

ବି କେ ମୋଦି କହିଛନ୍ତି, ‘‘କଶ୍ମୀରକୁ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ହୋଟେଲଗୁଡ଼ିକୁ ୱେଲନେସ୍ ସେଣ୍ଟର ଭାବେ ବିକଶିତ କରାଯିବ। ଫଳରେ ସାରା ବିଶ୍ୱର ପର୍ଯ୍ୟଟକ କଶ୍ମୀରର ବିଶୁଦ୍ଧ ପାଣି ଏବଂ ପବନର ମଜା ନେବା ପାଇଁ କଶ୍ମୀର ଆସିବେ।

ସେ ଆହୁରି କହିଛନ୍ତି ଯେ କଶ୍ମୀର ହେଉଛି ଭାରତ ଭୂସ୍ୱର୍ଗ। ଏଠାକୁ ବହୁ ପର୍ଯ୍ୟଟକ ଆସିବାକୁ ଚାହୁଁଛନ୍ତି। ହେଲେ ଏଠାରେ ଭଲ ପଞ୍ଚ ତାରକା ହୋଟେଲ ନାହିଁ। ହୋଟେଲ ତିଆରି କରି ପର୍ଯ୍ୟଟକଙ୍କୁ ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଧାରା ୩୭୦ ଜମ୍ମୁ କଶ୍ମୀରରେ ବଳବତ୍ତର ଥିବାରୁ ଏଠାକାର ଜମିକୁ ବାହାରର ଲୋକେ କିଣିପାରୁ ନଥିଲେ। ହେଲେ ଭାରତ ସରକାର ନିକଟରେ ୩୭୦ ହଟାଇ ଦେଇଛନ୍ତି।

Comment