ଓଡ଼ିଶାଲାଇଭ ବ୍ୟୁରୋ

ବିଘ୍ନ ବିନାଶକ ଗଣପତିଙ୍କ ପୂଜାକୁ ନେଇ ମନ୍ଦିରଠାରୁ ମଣ୍ଡପ ଯାଏଁ ଚଳଚଞ୍ଚଳ ହୋଇଉଠିଛି। ତେବେ ଏହା ମଧ୍ୟରେ ୧ ଇଞ୍ଚ୍‌ରୁ କମ୍ ଉଚ୍ଚତା ବିଶିଷ୍ଟ ଗଜାନନଙ୍କ ସବୁଠାରୁ ଛୋଟ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ଜଣେ ଚାରୁ ଓ କାରୁ କଳା ଛାତ୍ର ସ୍ୱାଧିନ ମଲ୍ଲିକ। କେନ୍ଦ୍ରାପଡ଼ା ଜିଲ୍ଲା ହରିଅଙ୍କ ଗ୍ରାମର ସ୍ୱାଧିନ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଆପ୍ଲାଏଡ୍ ଆର୍ଟ ବିଭାଗର ଚତୁର୍ଥ ବର୍ଷର ଛାତ୍ର।

କଳା ପ୍ରତି ପିଲାଟି ଦିନରୁ ଦୁର୍ବଳତା ରଖିଥିବା ସ୍ୱାଧୀନ ଭୁବନେଶ୍ୱରର କଳିଙ୍ଗ ନଗରରେ ରହନ୍ତି। ସୃଜନଶୀଳତା ଏବଂ ନୂତନ ଚିନ୍ତାଧାର ଦ୍ଵାରା ମୂର୍ତ୍ତି ଦେହରେ ଜୀବନ ଦେଉଥିବା ସ୍ୱାଧିନ ଗଣେଶ ପୂଜା ପୂର୍ବରୁ ଏକ ଇଞ୍ଚରୁ କମ୍ ଉଚ୍ଚତାର ଗଣେଶ ମୂର୍ତ୍ତି ତିଆରି କରି ବିସ୍ମୟ ସୃଷ୍ଟି କରିଛନ୍ତି।

ଏନେଇ ସ୍ଵାଧିନ କହନ୍ତି, “ଏତେ କ୍ଷୁଦ୍ର ମୂର୍ତ୍ତି ତିଆରି କରିବା ଏତେ ସହଜ ନଥିଲା। ଆଗ୍ରହ, ନିଷ୍ଠା, ଏକାଗ୍ରତା ବଳରେ ଦୀର୍ଘ ୧୨ ଘଣ୍ଟାର କଠିନ ପରିଶ୍ରମ କରି ମୁଁ ଏପରି ଏକ ଛୋଟ ମୂର୍ତ୍ତି ତିଆରି କରିପାରିଛି।” ଏହି ମୂର୍ତ୍ତିରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଓ ପୋଷ୍ଟର କଲର ବ୍ୟବହାର ହୋଇଥିବା ଜଣାପଡ଼ିଛି। ନିକ୍ଷୁଣ ଭାବେ ତିଆରି ଏହି ଛୋଟ ମୂର୍ତ୍ତି ବିରଳ ରେକର୍ଡର ଅଧିକାରୀ ହେବାନେଇ ସମ୍ଭାବନା ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here