ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ବଡ଼ ଝଟକା ଲାଗିଛି। ଆସନ୍ତା ସେପ୍ଟେମ୍ବର ୧୯ ଯାଏଁ ତିହାର ଜେଲ୍‌ରେ ରହିବେ ଚିଦାମ୍ବରମ। ଗୁରୁବାର ଏନେଇ ଦିଲ୍ଲୀର ରଜ ଏଭନ୍ୟୁ ସିବିଆଇ ସ୍ୱତନ୍ତ୍ର କୋର୍ଟ ବଡ଼ ଘୋଷଣା କରିଛନ୍ତି।

ଆଜି ଚିଦାମ୍ବରମ୍‌ଙ୍କ ପାଇଁ ବେଶ୍‌ ଘଟଣାବହୁଳ ଦିନ ଥିଲା। ପ୍ରଥମେ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ସୁପ୍ରିମକୋର୍ଟ ଜାମିନ ଦେବାକୁ ମନା କରିଥିଲେ। ଏହା ପରେ ଏୟାରସେଲ-ମାର୍କ୍ସିସ ମାମଲାରେ ଦିଲ୍ଲୀ ସିବିଆଇ କୋର୍ଟ ତାଙ୍କୁ ଆଗୁଆ ଜାମିନ ଦେଇଥିଲେ। ଶେଷରେ ଆଜି ସନ୍ଧ୍ୟରେ ରଜ ଏଭନ୍ୟୁ କୋର୍ଟ ଚିଦାମ୍ବରମଙ୍କୁ ଜେଲ୍‌କୁ ପଠାଇଛନ୍ତି।

ଆସନ୍ତା ୧୯ ତାରିଖ ଯାଏଁ ତିହାର ଜେଲ୍‌ରେ ରହିବେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ। ତେବେ ତିହାର ଜେଲ୍‌ରେ ୱେଷ୍ଟର୍ଣ୍ଣ ଟଏଲେଟ୍‌, ଚଷମା, ଔଷଧ, ସୁରକ୍ଷା ଏବଂ ଏକ ଅଲଗା ବ୍ୟାରକ ପାଇଁ ସେ କୋର୍ଟରେ ଅନୁରୋଧ କରିଛନ୍ତି।

Comment