ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏନଏକ୍ସ ମିଡିଆ ମାମଲାରେ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ଆଗୁଆ ଜାମିନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ଚିଦାମ୍ବରମ ସୁପ୍ରିମକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ହେବାର ଥିଲା। ହେଲେ ଆବେଦନ ଶୁଣାଣିକୁ ଆସନ୍ତା ୨୬ ତାରିଖ ଯାଏଁ ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ।

ଫଳରେ ସେ ଜାମିନ ପାଇବା ସମ୍ଭାବନାର ଅନ୍ତ ଘଟିଛି। ଏଥିସହ ଇଡି ମାମଲାରେ ଚିଦାମ୍ବରମଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ସୋମବାର ଯାଏଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରି ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଅନ୍ୟପକ୍ଷରେ ସିବିଆଇକୁ ମିଳିଥିବା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି ମଧ୍ୟ ସୋମବାର ଦିନ ଶେଷ ହେଉଛି। ଅର୍ଥାତ ଗତ ଦୁଇଦିନ ହେବ ସିବିଆଇ ରିମାଣ୍ଡରେ ଥିବା ଚିଦାମ୍ବରମ ଆସନ୍ତା ୨୬ ତାରିଖ ଯାଏଁ ସିବିଆଇ ରିମାଣ୍ଡରେ ରହିବେ।

Comment