ଓଡିଶାଲାଇଭ୍ ବ୍ୟୁରୋ

ଦେଶରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜଣକ ପରେ ଜଣେ ରାଜନେତା କରୋନାରେ ଆକ୍ରାନ୍ତ ହେଉଛନ୍ତି। ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍‌ଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏନେଇ ନିଜେ କାର୍ତ୍ତି ସୂଚନା ଦେଇଛନ୍ତି।

ତେବେ କାର୍ତ୍ତିଙ୍କ ଠାରେ ସାମାନ୍ୟ କରୋନା ଲକ୍ଷଣ ରହିଛି। ତେଣୁ ତାଙ୍କୁ ହୋମ୍ କ୍ଵାରେଣ୍ଟାଇନ୍‌ରେ ରହିବା ପାଇଁ ମେଡିକାଲ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି।

Comment