ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା କାଳରେ ପଶ୍ଚିମବଙ୍ଗ ପୋଲିସର କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସାଧାରଣ ଲୋକଙ୍କୁ ପୋଲିସ ହଇରାଣ କରିପାରିବେନି ବୋଲି କୋର୍ଟ କହିଛନ୍ତି। ଏଥିସହିତ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଡାକିବା ନିନ୍ଦନୀୟ କହିଛନ୍ତି କୋର୍ଟ।

କିଛି ଦିନ ତଳେ ପଶ୍ଚିମବଙ୍ଗରେ ଲକଡାଉନ ନିୟମ ପାଳନ ହେଉନାହିଁ ବୋଲି ଦିଲ୍ଲୀର ଜଣେ ଯୁବତୀ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ପରେ ପୋଲିସ ତାଙ୍କୁ ପଶ୍ଚିମବଙ୍ଗ ଆସି ପକ୍ଷ ରଖିବାକୁ ସମନ ପଠାଇଥିଲା। ଏହାକୁ ଚାଲେଞ୍ଜ କରି ଯୁବତୀ ଜଣକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୂଡ଼ ଓ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲର ଶୁଣାଣି କରିଥିଲେ।  ଭାରତରେ ପ୍ରତ୍ୟେକ ନାଗରିକର କହିବାର ଅଧିକାର ରହିଛି। ତେଣୁ ପୋଲିସ କୌଣସି ବ୍ୟକ୍ତିଙ୍କ ମୁହଁ ବନ୍ଦ କରିପାରିବନି ବୋଲି ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି।

Comment