ଓଡ଼ିଶାଲାଇଭ୍ ବ୍ୟୁରୋ

ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସିବିଆଇ ରାଣା କପୁରଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହାସହ ବିଭିନ୍ନ ଯାଞ୍ଚ ଏଜେନ୍ସି ରାଣା କପୁରଙ୍କ ପରିବାର ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରିଛନ୍ତି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଣା କପୁରଙ୍କୁ ୧୧ମାର୍ଚ୍ଚ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି। ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଣା କପୁରଙ୍କୁ ଗିରଫ କରିଥିଲା। ପରେ ରାଣା କପୁରଙ୍କ ଝିଅଙ୍କୁ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା।

ଇକୋନୋମିକ ଅଫିସ୍ ୱିଙ୍ଗ ଓ ସିବିଆଇର ଏକ ଟିମ ସୋମବାର ମୁମ୍ବାଇ ଗସ୍ତ କରିବ। ସେଠାରେ ରାଣା କପୁରଙ୍କ ସମେତ ୟେସ୍ ବ୍ୟାଙ୍କର ଅନ୍ୟ ଅଧିକାରୀଙ୍କୁ ପଚରାଉଚରା କରାଯିବ।

ଏହି ମାମଲାରେ DHFLର ମଧ୍ୟ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରି କେନ୍ଦ୍ରିୟ ଯାଞ୍ଚ ଏଜେନ୍ସି DHFL ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି। DHFL ସହ ରାଣା କପୁରଙ୍କ ଝିଅ ଓ ୟେସ୍ ବ୍ୟାଙ୍କର ସିଇଓ କପିଲ ବର୍ଦ୍ଧମାନଙ୍କ ଲିଙ୍କ ରହିଛି। କପିଲ ବର୍ଦ୍ଧମାନ DHFLର ପ୍ରୋମଟର ଓ ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ। ତେବେ DHFLକୁ ଲୋନ୍ ଦେବା ବେଳେ ରାଣା କପୁରଙ୍କ ରୋଲ୍ କଣ ରହିଥିଲା ସେନେଇ ଯାଞ୍ଚ ହେବ। ରାଣା କପୁର ବିରୋଧରେ ସେକ୍ସନ ୪୨୦ ଓ ୧୨୦ ଧାରା ଅନୁଯାୟୀ ଭ୍ରଷ୍ଟାଚାର ମାମଲା ରୁଜୁ ହୋଇଛି।
ରବିବାର ମୁମ୍ବାଇର ଏକ କୋର୍ଟରେ ହାଜର ହୋଇଥିଲେ ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ରାଣା କପୁର।

ଅନ୍ୟପଟେ ୟେସ୍ ବ୍ୟାଙ୍କ ଦେବାଳିଆ ଘୋଷିତ ହେବା ପରେ ଲକ୍ଷଲକ୍ଷ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଏହାକୁ ନେଇ କେନ୍ଦ୍ରସରକାର ବିଭିନ୍ନ ଦିଗରୁ ଏହାର ସମାଧାନ ପାଇଁ ଚେଷ୍ଟା ଚଳାଇଛନ୍ତି।

Comment